Below header

ମଝି ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ: ୪ ମୃତ, ୫୧ ନିଖୋଜ

ଟ୍ୟୁନିସିଆର କେରକେନା ଦ୍ୱୀପରୁ ଯାଉଥିବା ଏକ ପ୍ରବାସୀ ଜାହାଜ ବୁଡି ଯାଇ ୪ ଜଣଙ୍କର ମୃତ୍ୟୁହୋଇଥିବା ବେଳେ ୫୧ ନିଖୋଜ ରହିଛନ୍ତି । ସମସ୍ତ ପ୍ରବାସୀ ସାହାରା ଆଫ୍ରିକାର ରହିଥିଲେ ।

ଟ୍ୟୁନିସିଆର କେରକେନା ଦ୍ୱୀପରୁ ଯାଉଥିବା ଏକ ପ୍ରବାସୀ ଜାହାଜ ବୁଡିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୧ ଜଣ ନିଖୋଜ ରହିଛନ୍ତି। ସମସ୍ତ ପ୍ରବାସୀ ସାହାରା ଆଫ୍ରିକାର ରହିଥିଲେ ବୋଲି ଜାହାଜରେ ଥିବା ଜଣେ ବ୍ୟକ୍ତି କହିଛନ୍ତି। ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଦେଶର ଗୃହମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ଜୁଲାଇ ୨୦ ତାରିଖ ସୁଦ୍ଧା ଟ୍ୟୁନିସୀୟ ତଟରକ୍ଷୀ ଉପକୂଳବର୍ତ୍ତୀ ସମୁଦ୍ରରେ ବୁଡ଼ି ଯାଇଥିବା ୯୦୧ ଜଣ ପ୍ରବାସୀଙ୍କ ଶବ ଉଦ୍ଧାର କରାଯାଇଛି । ଜୁଲାଇ ମାସରେ ବୁଡ଼ି ମରିଥିବା ପ୍ରବାସୀଙ୍କ ସଂଖ୍ୟା ଅଧିକ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିଜ ଜୀବନକୁ ବିପଦରେ ପକାଇ ଲୋକମାନେ ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଛନ୍ତି ଏବଂ ଏହି କାରଣରୁ ବାରମ୍ବାର ଡଙ୍ଗା ବୁଡ଼ିଯିବା ଘଟଣା ସାମ୍ନାକୁ ଆସୁଛି। ଚଳିତ ବର୍ଷ ଏହି ଉତ୍ତର ଆଫ୍ରିକୀୟ ଦେଶରୁ ରେକର୍ଡ ସଂଖ୍ୟକ ଲୋକ ପ୍ରବାସ ଯାତ୍ରା କରୁଛନ୍ତି। ତା’ସହିତ ଏହି ଉପ-ସାହାରୀୟ ଆଫ୍ରିକାରୁ ଇଟାଲୀୟ ଉପକୂଳକୁ ଯାତ୍ରା କରୁଥିବା ପ୍ରବାସୀଙ୍କ ନାବ ବା ଜାହାଜଗୁଡ଼ିକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଉଛି।

ଜୁଲାଇ ୧୬ ରେ, ଟ୍ୟୁନିସିଆର ଏବଂ ୟୁରୋପୀୟ ୟୁନିଅନ ମାନବ ଚାଲାଣକାରୀଙ୍କ ସହ ମୁକାବିଲା କରିବା ଏବଂ ସୀମାକୁ କଡାକଡି କରିବା ପାଇଁ ଏକ ରଣନୀତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିଲା ।

ଏହା ପୂର୍ବରୁ ୨୩ ମାର୍ଚ୍ଚରେ ଟ୍ୟୁନିସିଆର ଦକ୍ଷିଣ ପୂର୍ବ ତଟରେ ଆଫ୍ରିକା ପ୍ରବାସୀଙ୍କ ଡଙ୍ଗା ବୁଡିଯାଇଥିଲା । ଏଥିରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ୩୩ ଜଣ ନିଖୋଜ ରହିଥିଲେ । ସମସ୍ତେ ଭୂମଧ୍ୟସାଗର ପାର କରି ଇଟାଲୀ ଯିବାକୁ ଚେଷ୍ଟା କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.