Below header

ଜୋ ବାଇଡେନଙ୍କ ଠାରୁ ବୋରିସ ଜନ୍‌ସନ ସଭିଏଁ ଭାରତୀୟଙ୍କୁ ଜଣାଇଲେ ଦୀପାବଳିର ଶୁଭେଚ୍ଛା

ନୂଆଦିଲ୍ଳୀ : ଆଲୋକର ପର୍ବ ଦୀପାବଳି ଉତ୍ସବ ଅବସରରେ ସମସ୍ତ ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ବିଶ୍ୱର ବଡ଼ ନେତାଗଣ । ଏଥିରେ ଅଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌, ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଓ ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ ।

ଦୀପାବଳି ଅବସରରେ ହ୍ଵାଇଟ ହାଉସରୁ ପତ୍ନୀଙ୍କ ସହ ଦୀପ ଲାଗାଇ ଶୁଭକାମନା ଜଣାଇଛନ୍ତି ୟୁଏସ ପ୍ରେସିଡେଣ୍ଟ । ଦୀପାବଳି ଅନ୍ଧକାରକୁ ହଟାଇ ଜ୍ଞାନ, ବୁଦ୍ଧି, ସତ୍ୟ ଓ ଏକତା ଆଣୁ ବୋଲି ଟ୍ଵିଟ କରିଛନ୍ତି ବାଇଡେନ୍ । ଆମେରାକା ସମେତ ସମଗ୍ର ବିଶ୍ୱରେ ରହୁଥିବା ହିନ୍ଦୁ, ଶିଖ, ଜୈନ ଏବଂ ବୌଦ୍ଧ ଧୂମଧାମରେ ଦୀପାବଳୀ ମନାଉଥିବା ବାଇଡେନ ଉଲ୍ଲେଖ କରିଛନ୍ତି ।

ସେହିପରି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ ଓ ରାଷ୍ଟ୍ରପତି ଆଇଜାକ୍‌ ହରଜୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଶ୍ୱ ଓ ଭାରତରେ ଥିବା ସମସ୍ତ ଭାରତୀୟଙ୍କୁ ଟ୍ଵିଟି ମାଧ୍ୟମରେ ଦୀପାବଳି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.