Below header

ଲିଫ୍ଟରେ ଚାଲିଗଲା ନାବାଳିକାର ଜୀବନ, ଡୋର୍‌ରେ ଚାପି ହୋଇଗଲା ଲସ୍ୟା

ହାଇଦ୍ରାବାଦ : ଲିଫ୍ଟରେ ଚାଲିଗଲା ଜୀବନ । ଅତି ଭୟଙ୍କର ଓ ହୃଦୟବିଦାରକ ଥିଲା ସେହି ମୃତ୍ୟୁ । ହାଇଦ୍ରାବାଦ ହସ୍ତିନାପୁର ସ୍ଥିତ ଏକ୍ସେଟେନ୍‌ସନ୍‌ କଲୋନୀରେ ଏହି ଘଟଣା ଘଟିଛି । ଗତକାଲି ଦିନ ସାଢ଼େ ୧୨ଟା ବେଳେ ଜଣେ ୯ ବର୍ଷର ବାଳିକା ଲସ୍ୟା ଯାଦବ କଲୋନୀରେ ଥିବା ନିଜର ତିନି ମହଲା ଘରକୁ ଲିଫ୍ଟରେ ଯାଉଥିଲା । ଲିଫ୍ଟ ତିନି ମହଲାରେ ପହଞ୍ଚିବା ପରେ ଲସ୍ୟା ବାହାରକୁ ବାହାରୁଥିବା ସମୟରେ ତାର ଗୋଡ଼ ଲିଫ୍ଟ ଭିତରେ ଲାଖିଗଲା । ଏହି ସମୟରେ ଲିଫ୍ଟ ବନ୍ଦ ହୋଇଗଲା ଓ ଡୋର୍‌ ମଝିରେ ଫସି ରହିଥିବା ନାବାଳିକର ଦେହ ଚିରି ହୋଇଗଲା । ଲସ୍ୟାର ବାପା ଚନ୍ଦ୍ର ଶେଖର ଯାଦବ ତୁରନ୍ତ ଲିଫ୍ଟ ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡାକିଥିଲେ । ସେମାନେ ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରି ପିଲାଟିକୁ ଲିଫ୍ଟରୁ ବାହାର କରିଥିଲେ । ତାକୁ ନିକଟସ୍ଥ ଏକ ବେସରକାରୀ ହସପିଟାଲକୁ ନିଆଯାଇଥିଲା । ହେଲେ ସେତେବେଳେକୁ ଲସ୍ୟାର ଜୀବନ ଦୀପ ଲିଭି ସାରିଥିଲା ।

LIFTଅଳ୍ପ କିଛି ଦିନ ତଳେ ଏହି ନୂଆ ଘରକୁ ଚନ୍ଦ୍ର ଶେଖରଙ୍କ ପରିବାର ରହିବାକୁ ଆସିଥିଲେ । ହେଲେ ଏଭଳି ଅଘଟଣ କେବଳ ତାଙ୍କ ପରିବାର ନୁହେଁ ପୂରା ସହରରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ସେପଟେ ରାଜ୍ୟ ଶିଶୁ ଅଧିକାର ସଂଘ ପକ୍ଷରୁ ବିଭିନ୍ନ ଆପାର୍ଟମେଣ୍ଟ ଲିଫ୍ଟର ରକ୍ଷଣା ବେକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିପ୍ରତି କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.