Below header

ଗୋଆ କଂଗ୍ରେସରେ ବିଦ୍ରୋହ, ୬ ବିଧାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଗୋଆ କଂଗ୍ରେସରେ ସୃଷ୍ଟି ହୋଇଛି ବିଦ୍ରୋହ। କଂଗ୍ରେସର ୬ ଜଣ ବିଧାୟକ ବିଜେପିରେ ଯୋଗ ଦେବା ନେଇ ଦେଖା ଦେଇଛି ସମ୍ଭାବନା । ବରିଷ୍ଠ ବିଧାୟକ ଦିଗମ୍ବର କାମତଙ୍କ ନେତୃତ୍ୱରେ ୬ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୋଆ କଂଗ୍ରେସରେ ଘନଘନ ବୈଠକ ବସୁଛି।

ସକାଳେ କଂଗ୍ରେସ ବିଧାୟଙ୍କ ବୈଠକ କରିଥିଲେ ରାଜ୍ୟ ପ୍ରଭାରୀ ଦିନେଶ ଗୁଣ୍ଡୁରାଓ । ସଂଧ୍ୟାରେ ପୁଣି ଥରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ସଂଧ୍ୟାରେ ମାତ୍ର ୫ ଜଣ ବିଧାୟକ ଉପସ୍ଥିତି ଥିଲେ । ଅନ୍ୟମାନଙ୍କର ଦେଖା ନଥିଲା । ମାଇକେଲ ଲବୋଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇ ଦିଆଯାଇଛି।

ତାଙ୍କ ସ୍ଥାନରେ ନୂଆ ନେତା ନିର୍ବାଚିତ ହେବେ । ମାଇକେଲ ଲବୋ ଓ ଦିଗମ୍ବର କାମାତ କ୍ଷମତା ଲୋଭରେ ଷଡ଼ଯନ୍ତ୍ର କରିଥିବା ଗୁଣ୍ଡୁ ରାଓ କହିଛନ୍ତି। ପୂର୍ବରୁ ୧୦ ଜଣ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ୧୧ ଜଣ କଂଗ୍ରେସ ସଦସ୍ୟ ଅଛନ୍ତି। ଶାସକ ବିଜେପିର ସଦସ୍ୟ ସଂଖ୍ୟା ୨୦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.