Below header

ହେଡ୍‌ଫୋନ୍‌ ଲଗାଉଥିଲେ ସାବଧାନ୍‌ : କ୍ଷଣିକରେ ଚାଲିଯାଇପାରେ ଜୀବନ, ଭିଡିଓ ଦେଖନ୍ତୁ ହୋଇଯିବେ ଅବାକ୍‌

ବେଳେ ବେଳେ ଛୋଟ ଦାୟିତ୍ୱହୀନତା ଯୋଗୁ ଜୀବନ ବି ଚାଲି ଯାଇଥାଏ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ହୋସଙ୍ଗାବାଦ୍‌ ଏନ୍‌ଏଚ୍‌ ୬୯ ଉପରେ । ଜଣେ ମହିଳାଙ୍କ ଖାମ୍‌ଖିଆଲ ଯୋଗୁ ତାଙ୍କର ଜୀବନ ଚାଲିଯାଇଥିବା ଜଣାଯାଇଛି । ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲୋକଙ୍କ ପାଇଁ ଏହା ଏକ ସବକ୍‌ ହୋଇଛି । ମହିଳା ଜଣକ ରେଳ ଫାଟକ ବନ୍ଦ ପରେ ମଧ୍ୟ ରେଳ ଲାଇନ ଅତିକ୍ରମ କରୁଥିଲେ । ଆଉ ତାଙ୍କ କାନରେ ଲାଗିଥିଲା ହେଡ୍‌ଫୋନ୍‌ । ଫଳରେ ରେଳ ଆସୁଥିବା ଶବ୍ଦ ଶୁଣି ନପାରି ଯୋଗୁ ରେଳ ଧକ୍କାରେ ତାଙ୍କର ପ୍ରାଣ ହାନୀ ଘଟିଥିଲା ।

railwaya cross
photo credit: punjabkesari

ମୃତ ମହିଳାଙ୍କ ନାମ ଚନ୍ଦା ସୋନୀ । ପେଶାରେ ସେ ଜଣେ ଏଏନ୍‌ ଏମ୍‌ । ଡେଲାରିଆର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରନ୍ତି । ରେଳ ଫାଟକ ବନ୍ଦ ସତ୍ତ୍ୱେ ସେ ରେଳ ଲାଇନ ଅତିକ୍ରମ କରୁଥିଲେ । ହେଲେ କାନରେ ତାଙ୍କର ହେଡ୍‌ଫୋନ୍‌ ଲାଗିଥିଲା । ସେ ହୁଏତ ହେଡ୍‌ଫୋନ୍‌ରେ କିଛି ଗୀତ ଶୁଣୁଥିଲେ ।

ଯାହାଫଳରେ ରେଳ ଆସୁଥିବାର ଶବ୍ଦ ସେ ଶୁଣି ପାରି ନଥିଲେ । ଏହି ସମୟରେ ରେଳ ଲାଇନ୍‌ ଅତିକ୍ରମ କରୁଥିବା ବେଳେ ରେଳ ତାଙ୍କୁ ଧକ୍କା ଦେଇଥିଲା । ସେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । କେବଳ ହେଡ୍‌ଫୋନ୍‌ ପାଇଁ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଦୁଃଖଦ ଭିଡିଓକୁ ଦେଖିଲେ ଯେ କେହି ଅବାକ୍‌ ହୋଇଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.