ଭୁବନେଶ୍ୱର ପାଣ୍ଡରା ବସ୍ତିରୁ ଉଦ୍ଧାର ହେଲା ଦୁଇ ବର୍ଷର ଶିଶୁକନ୍ୟା

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ପାଣ୍ଡରା ବସ୍ତିରୁ ଏକ ଦୁଇ ବର୍ଷ ବୟସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଚାଇଲଡ୍‌ ଲାଇନ୍‌ ଏହି ଅବୋଧ ଶିଶୁଟିକୁ ଆଜି ସନ୍ଧ୍ୟାରେ ଉଦ୍ଧାର କରିଛି ।

ପାଣ୍ଡରା ବସ୍ତିରେ ରହୁଥିବା ଶିଶିର ଦଳାଇ ନାମକ ବ୍ୟକ୍ତିଠାରୁ ପିଲାଟିକୁ ଉଦ୍ଧାର କରାଯାଇଛି । ଶିଶିରଙ୍କ କହିବା ହେଲା, ଜଣେ ଅଜଣା ମହିଳା ତାର ପିଲାଟିକୁ ଜାଣିଶୁଣି ପାଣ୍ଡରା ସ୍ଥିତ ହାଇେଓ୍ଵ ନିକଟରେ ଛାଡ଼ି ଦେଇ ପଳାଇ ଯାଇଥିଲା । ଗତ ଗୁରୁବାର ଦିନ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପିଲାଟିକୁ କାନ୍ଦୁଥିବା ଅବସ୍ଥାରେ ସେ ତାକୁ ଉଦ୍ଧାର କରିଥିଲେ । ତାର ମା’କୁ ମଧ୍ୟ ଖୋଜାଖୋଜି କରିିଥିଲେ । ତାକୁ ନପାଇବାରୁ ପିଲାଟିକୁ ଘରକୁ ନେଇ ଆସିଥିଲେ ।

ତେବେ ପରବର୍ତ୍ତୀ ସମୟରେ କିଛି ଲୋକ ଏ ନେଇ ଚାଇଲଡ୍‌ ଲାଇନ୍‌କୁ ଫୋନ୍‌ କରି ଜଣାଇ ଦେଇଥିଲେ । ଚାଇଲଡ୍‌ ଲାଇନ୍‌ ଦୁଇ ବର୍ଷର ଶିଶୁଟିକ ଉଦ୍ଧାର କରିବା ସହ ମଞ୍ଚେଶ୍ୱର ଥାନାକୁ ମଧ୍ୟ ଜଣାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.