ଶିବସେନାର ଘୋଷଣା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଲଢ଼ିବ ଦଳ

ମୁମ୍ବାଇ : ପଶ୍ଚିମବଙ୍ଗ ନିର୍ବାଚନରେ ଶିବସେନା ଦଳ ଲଢ଼ିବ ବୋଲି ଶିବସେନା ପକ୍ଷରୁ ସାଂସଦ ସଂଜୟ ରାଉତ ଟ୍ଵିଟ୍‌ କରି ଜଣାଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ଶିବସେନାର ଲଢ଼ିବା ନେଇ ଘୋଷଣା ପରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ସାଂସଦ ସଂଜୟ ରାଉତ ଟ୍ଵିଟ୍‌ କରି କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶିବସେନା ଲଢ଼ିବା ନେଇ ନିଷ୍ପତ୍ତି ହୋଇଛି ।

ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗରେ ଦଳ ଲଢ଼ିବା ନେଇ ସ୍ଥିର ହୋଇଛି ବୋଲି ସଂଜୟ ରାଉତ ପ୍ରକାଶ କରିଛନ୍ତି । ସେ ଟ୍ଵିଟ୍‌ ରେ ଆହୁରି ଲେଖିଛନ୍ତି ଯେ ଆମେ ଖୁବ୍‌ ଶୀଘ୍ର କୋଲ୍‌କାତାରେ ପହଞ୍ଚୁଛୁ । ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶିବସେନାର ଯଦିଓ ପଶ୍ଚିମବଙ୍ଗରେ କୌଣସି ଆଧାର ନାହିଁ । ତେବେ ବିଜେପି ଓ ତୃଣମୂଳ ଭୋଟ୍‌ କାଟିବା ପାଇଁ ଏହା କାମ କରିପାରେ । ପଶ୍ଚିମବଙ୍ଗରେ ଶିବସେନାର ପ୍ରବେଶ ମମତା ଓ ବିଜେପି ପାଇଁ ଚିନ୍ତାଜନକ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.