ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ

କେନ୍ଦୁଝର (କେନିଉଜ ) : ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ । ଆଜି ରାତିରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କାଶୀପୁର ନିକଟରେ ଦୁର୍ବୃତ୍ତ ତାଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ସେମାନେ ନିରଞ୍ଜନଙ୍କ ପିଏସଓଙ୍କୁ ଆକ୍ରମଣ କରିଥିଲେ । ତେବେ ସେ ସୁରକ୍ଷିତ ଅଛନ୍ତି । ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଏହା ରାଜନୈତିକ ଉଦେଶ୍ୟରେ କରାଯାଇ ନାହିଁ ବୋଲି ନିଜେ ନିରଞ୍ଜନ କହିଛନ୍ତି । ଆକ୍ରମଣକାରୀମାନଙ୍କ ବିଷୟରେ ଜଣାପଡ଼ିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.