Below header

ସୋସିଆଲ୍‌ ମିଡିଆରେ ସ୍ୱାସ୍ଥ୍ୟ ଖରାପ ଗୁଜବ ନେଇ ଅମିତ ଶାହାଙ୍କ ଟ୍ଵିଟ୍ : ମୋର ସ୍ୱାସ୍ଥ୍ୟ ଭଲ ଅଛି, ମୋର ମୃତ୍ୟୁ କାମନା କରୁଥିବା ଲୋକଙ୍କୁ ବି ମୋର ଧନ୍ୟବାଦ୍‌

ନୂଆଦିଲ୍ଲୀ : ଦେଶର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ନେଇ ସୋସିଆଲ୍‌ ମିଡିଆରେ ଉଠିଥିବା ଗୁଜବକୁ ନେଇ ଏକ ଟ୍ଵିଟ୍‌ କରିଛନ୍ତି । ସେ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ ‘ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋତେ କୈାଣସି ରୋଗ ହୋଇନାହିଁ ।

ଏଥିପାଇଁ ମୋର ଶୁଭ ଚିନ୍ତକ ଓ ମୋର ଦଳୀୟ କର୍ମକର୍ତ୍ତା ଆଦୈା ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି । ଘଟଣାଟି ଏପରି । କିଛି ଦିନ ତଳେ କେତେକ ଲୋକ ମୋର ସ୍ୱାସ୍ଥ୍ୟ ଖରାପ ଥିବା ନେଇ ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାର କରି ଚାଲିଛନ୍ତି ।

ଏପରିକି କିଛି ଲୋକ ମୋର ମୃତ୍ୟୁ କାମନା କରି ଟ୍ଵିଟ୍‌ ମଧ୍ୟ କରିଛନ୍ତି । ତେବେ ମୁଁ ମୋର କାମରେ ବ୍ୟସ୍ତ ଥିବା ହେତୁ ଏଥିପ୍ରତି ଦୃଷ୍ଟି ଦେଇ ନଥିଲି । ଲକ୍ଷ ଲକ୍ଷ ବିଜେପି କର୍ମୀ ମୋର ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ପ୍ରକଟ କରିଥିବାରୁ ଆଜି ମୁଁ ସେମାନଙ୍କୁ ଜଣାଇବା ପାଇଁ ଏହି ଟ୍ଵିଟ୍‌ କରିବାକୁ ବାଧ୍ୟ ହେଉଛି ।

amit saha

ଦେଶ ବର୍ତ୍ତମାନ କରୋନା ସଙ୍କଟ ଦେଇ ଗତି କରୁଛି । ଦେଶରେ ୬୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୯୦୦ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଦେଶର ଗୃହ ମନ୍ତ୍ରୀ ହେତୁ ମୋତେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ୁଛି ।

ତେଣୁ ଲୋକେ ନିଜ କାମରେ ବ୍ୟସ୍ତ ରହିବା ସହ ମୋତେ ମୋର କାମ କରିବାକୁ ଦିଅନ୍ତୁ । କିଛି ଲୋକ ମୋର ଖରାପ ସ୍ୱାସ୍ଥ୍ୟ ନେଇ ଗୁଜବ ପ୍ରଚାର କରୁଛନ୍ତି । ତେଣୁ ମୋର ମୃତ୍ୟୁ କାମନା କରୁଥିବା ଲୋକଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି ।

କାରଣ ଏହାଦ୍ୱାରା ମୋର ଆୟୁଷ ବଢ଼ିବ ଓ ମୋର ସ୍ୱାସ୍ଥ୍ୟ ଆହୁରି ସୁଦୃଢ଼ ହେବ ବୋଲି ୫୫ ବର୍ଷିୟ ଶ୍ରୀ ଶାହା ପ୍ରକାଶ କରିଛନ୍ତି । ଶ୍ରୀ ଶାହା ଟ୍ଵିଟ୍‌ ମାଧ୍ୟମରେ ସମସ୍ତ ଶୁଭ ଚିନ୍ତକ ଓ ବିଜେପି କର୍ମୀଙ୍କୁ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.