ନୂଆପଡ଼ା ଜିଲ୍ଲାରୁ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଠାବ । ବିପୁଳ ମାଓ ସାମଗ୍ରୀ ଜବତ । ବୋଡେନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ ହୋଇଛି । ଏକ ବଡ଼ ଧରଣର ଅଘଟଣ ପାଇଁ ଯୋଜନା କରୁଥିଲା ଲାଲବାହିନୀ । ନୂଆପ଼ଡା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏ୍ଫ୍ ଯବାନ ଆରମ୍ଭ କରିଥିଲେ କମ୍ବିଂ ଅପରେସନ୍ । ଯବାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ ମାଓବାଦୀ । ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲା ମାଓବାଦୀ ।