Below header

ଜୁନରେ ମହାସଂକ୍ରମଣ ରୂପ ନେଇପାରେ କରୋନା : ସୁବ୍ରତ ବାଗଚି

କରୋନା ମୁକାବିଲାରେ ଆମେ ପ୍ରଥମ ୩ଟି ପର୍ଯ୍ୟାୟରେ ବିଜୟ ଲାଭ କରିଛୁ। ଏବେ ୪ର୍ଥ ପର୍ଯ୍ୟାୟରେ ବି ବିଜୟ ଲାଭ କରିବାର ଆଶା ରଖିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। କରୋନା ଲଢେଇରେ ରାଜ୍ୟ ବାହାରେ ଥିବା ଅନେକ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର ଆଇନଗତ ଅଧିକାର ରହିଛି। ବର୍ତ୍ତମାନ ସଂକ୍ରମଣ ଶହ ସଂଖ୍ୟାରେ ରହିଛି। ଜୁନରେ ଏହା ମହାସଂକ୍ରମଣର ରୂପ ନେଇପାରେ। ଏହା ମହାସଂକ୍ରମଣ ରୂପ ନେବା ପୂର୍ବରୁ ସେମାନେ ରାଜ୍ୟକୁ ଫେରିଆସିବା ଭଲ ବୋଲି ବାଗ୍‌ଚୀ କହିଛନ୍ତି। ଦେଶରେ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ସେମାନଙ୍କ ମଧ୍ୟରୁ ୯୨ ପ୍ରତିଶତ ଅଣସଂରକ୍ଷିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଆକଳନ ଅନୁସାରେ ୧୨ଲକ୍ଷ ୨୦ହଜାର ଓଡ଼ିଆ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ବାହାର ରାଜ୍ୟରୁ ପ୍ରାୟ ୮ଲକ୍ଷ ୬୦ ହଜାର ଲୋକ ଓଡ଼ିଶାରେ ରହିଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.