ଆତଙ୍କବାଦୀ ପାଇଁ ଶୋକସଭା, ରିଆଜ ନାଇକୁ ପାଇଁ ହିଜୁବଲ୍‌ ମୁଖ୍ୟର ଶୋକ

ଦୁଇ ଦିନ ତଳେ ଜମ୍ମୁ କାଶ୍ମୀରରେ ନିହତ ହୋଇଥଇବା ହିଜବୁଲ ଆତଙ୍କବାଦୀ ରିଆଜ ନାଇକୁ ପାଇଁ ଶୋକ ସଭା। ଆମେରିକା ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ ଶୋକସଭା କରିଛି। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ଅଜ୍ଞାତ ସ୍ଥାନରେ ଏହି ଶୋକସଭା ହୋଇଛି। ରିଆଜ ନାଇକୁ କେତେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଥିଲା ତାହା ଏଥିରୁ ସ୍ପଷ୍ଟ ହୋଇଛି। ଗତ ୬ ତାରିଖରେ ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲା ହିଜବୁଲ ଟପ୍‌ କମାଣ୍ଡର ରିଆଜ ନାଇକୁ। ରିଆଜକୁ ଗୁଳି କରି ହନ୍ଦଓ୍ଵାଡା ସହିଦଙ୍କ ପ୍ରତିଶୋଧ ନେଇଥିଲା ଭାରତୀୟ ସେନା।

 

Leave A Reply

Your email address will not be published.