Below header

ପାନ ଛେପ ସଫା କଲେ IAS ଅଫିସର୍ : ଅଧିକାରୀଙ୍କୁ ଶିକ୍ଷା ଦେବା ପାଇଁ ଆପଣାଇଲେ ଗାନ୍ଧୀବାଦୀ ନୀତି

ଆପଣ ମାନେ ସଞ୍ଜୟ ଦତ୍ତଙ୍କ ସୁପରହିଟ୍ ସିନେମା ଲଗେ ରହୋ ମୁନ୍ନା ଭାଇ ଦେଖିଥିବେ । ଯେଉଁଥିରେ ଏକ ସିନ୍ ଥିଲା ଜଣେ ପାନ ଛେପ ପକାଇ କାନ୍ଥ ଅପରିସ୍କାର କରୁଥିବା ବେଳେ ଆଉ ଜଣେ ଏହାକୁ ପାଣି ଏବଂ ଟାୱେଲରେ ସଫା କରୁଥିଲେ । ଆଉ ଏହାକୁ ଦେଖି ବ୍ଯକ୍ତି ଜଣକ ଲଜ୍ଜିତ ହୋଇ ପାନ ଛେପ ପକାଇବା ବନ୍ଦ କରିଦେଇଥିଲେ । ଏବେ ରିଲର ସମାନ ସିନ୍ ରିୟଲରେ ଦେଖିବାକୁ ମିଳିଛି । କିନ୍ତୁ ଏହି ପାନ ଛେପ ସଫା କରିଥିବା ବ୍ଯକ୍ତି ଜଣକ ହେଉଛନ୍ତି ଜଣେ ଆଇଏଏସ୍ ଅଫିସର୍ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟର ଅକୋଲା ଜିଲ୍ଲାରେ । ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ସ୍ଥାନୀୟ ଲୋକ ପିଡବ୍ଲୁଡି ବିଭାଗ ବିରୋଧରେ ଅଭିଯୋଗ କରି ଆସୁଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଜିଲ୍ଲା କଲେକ୍ଟର ଅସ୍ତିକ୍ କୁମାର ପାଣ୍ଡେ ହଠାତ୍ ବିଭାଗ ପରିଦର୍ଶନ କରିବାକୁ ଯାଇଥିଲେ । ଆଉ ସେଠାରେ ପହଂଚିବା ପରେ ଦେଖିଲେ ଲୋକଙ୍କ ଅଭିଯୋଗ ଠିକ୍ ବୋଲି।

Astik Pandey

ଅସ୍ତିକ୍ ଯେତେବେଳେ ଯାଂଚ ପାଇଁ ବିଭାଗକୁ ଯାଇଥିଲେ ଦେଖିଲେ କର୍ମଚାରୀ ମାନେ ପାନ ଛେପ ପକାଇ କାନ୍ଥ ଗୁଡିକୁ ଲାଲ୍ କରିଦେଇଛନ୍ତି । ଏପରି ଅବସ୍ଥା ଦେଖି ଅସ୍ତିକ୍ କହିଥିଲେ ଯେଉଁମାନେ ନିଜ କାର୍ଯ୍ଯସ୍ଥଳକୁ ଠିକ୍ ରଖୁନାହାଁନ୍ତ ସେମାନେ କେବେ ବି ନିଜ କର୍ତ୍ତ୍ଯବକୁ ସୂଚାରୁ ରୂପେ ତୁଲାଇ ପାରିବେନି । ତେଣୁ ଏହାକୁ ଦେଖି ଗାନ୍ଧୀବାଦୀ ନୀତି ଆପଣେଇଥିଲେ ଅସ୍ତିକ୍ ଏବଂ ନିଜେ ପାନ ଛେପକୁ ନିଜେ ସଫା କରିବା ପାଇଁ ବାହାରିଥିଲେ ।

ଅସ୍ତିକ୍ ନିଜ ସହାୟକଙ୍କୁ ପାଣି ଏବଂ ଟାୱେଲ୍ ଆଣିବାକୁ କହିଥିଲେ । ତେବେ ଜଣେ ଆଇଏଏସ୍ ଅଫିସରଙ୍କୁ ପାନ ଛେପ ସଫା କରିବା ଦେଖି କେବଳ କିଛି ମହିଳା କମର୍ଚାରୀ ତାଙ୍କୁ ଏମିତି ନକରିବାକୁ ଅନୁରୋଧ କରିଥିଲେ । ଏହା ପରେ ଅସ୍ତିକ୍ ଅଧିକାରୀମାନଙ୍କୁ ସେହି ଅପରିସ୍କାର ସ୍ଥାନକୁ ଦୁଇ ଦିନ ଭିତରେ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଅସ୍ତିକ୍ କାହାକୁ ହଠାତ୍ ସଫା କରିବାକୁ ନିର୍ଦ୍ଦେଶ ଦେଇନଥିଲେ । ବରଂ ଗାନ୍ଧୀବାଦୀ ନୀତି ଦ୍ବାରା ସେମାନଙ୍କ ଭୁଲ୍ ଜଣାଇଦେଇଥିଲେ । ଯାହା ଅନ୍ଯମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ପ୍ରେରଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.