ଟ୍ବିଟର ଇଣ୍ଡିଆର ମୁଖ୍ଯ ତରନଜିତ୍ ସିଂ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଟ୍ବିଟର ଇଣ୍ଡିଆର ପ୍ରମୁଖ ତରନଜିତ ସିଂ ନିଜର ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୭ ମସିହାରେ ଏହି ପଦରେ ନିଯୁକ୍ତ ହୋଇଥିଲେ। ତରନଜୀତ ଟ୍ବିଟ୍ ଯୋଗେ ନିଜର ଇସ୍ତଫା ବିଷୟରେ ଘୋଷଣା କରିଛନ୍ତି। ଏଥିସହ ସେ ଲେଖିଛନ୍ତି , ଟ୍ବିଟରର ରେଭେନ୍ଯୁ ଷ୍ଟାଟରଜୀ ଏଣ୍ଡ ଅପରେସନର ପ୍ରମୁଖ ଥିବା ବାଲାଜୀ କୃଷ୍ଣ ଏବେ କମ୍ପାନୀ ମୁଖ୍ଯ ଭାବେ କାମ କରିବେ।


ସିଂ ତାଙ୍କ ଟ୍ବିଟରେ ଲେଖିଛନ୍ତି “ସମସ୍ତଙ୍କୁ ମୋର ନମସ୍କାର, ବହୁତ ସୁନ୍ଦର ୪ ବର୍ଷ ପରେ ମୁଁ ଟ୍ବିଟର ଇଣ୍ଡିଆରୁ ଆଗକୁ ବଢ଼ିବାକୁ ନିର୍ଣ୍ଣୟ ନେଇଛି। ଟ୍ବିଟର ଇଣ୍ଡିଆର ପ୍ରଥମ କର୍ମଚାରୀ ମାନଙ୍କ ମଧ୍ୟରୁ ଜଣେରୁ ଆରମ୍ଭ କରି କମ୍ପାନୀର ସେଲ ଟିମକୁ ମଜବୁତ କରିବା ସହ ଦେଶର ମୁଖ୍ଯ ଭାବେ କାମ କରିବାର ରାସ୍ତା ବହୁତ ଭଲ ରହିଥିଲା”। ଏଥିସହ ସେ ତାଙ୍କ “ଟିମର ସମସ୍ତ କର୍ମଚାରୀଙ୍କୁ ଧନ୍ଯବାଦ ଅର୍ପଣ କରିବା ସହ ଏତେ ଦିନର ତାଙ୍କର କମ୍ପାନୀରେ ଯାତ୍ରା ବହୁତ ଭଲ ରହିଥିବା କହିଥିଲେ। ମୁଁ ବହୁତ ଖୁସି ଯେ ମୁଁ ଏତେ ବଡ଼ ଏବଂ ଭଲ ଟିମର ଅଂଶ ହୋଇପାରିଲି। ଏଥିପାଇଁ ନିଜକୁ ଖୁବ୍ ଭାଗ୍ଯଶାଳୀ ଭାବୁଛି। ମୁଁ ଟ୍ବିଟରକୁ ତାଙ୍କ ପରିବାରର ସଦସ୍ଯ ହେବାକୁ ଦେଇଥିବାରୁ ଧନ୍ଯବାଦ ଜଣାଇବାକୁ ଚାହୁଁଛି”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.