Below header

ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ରେହମ୍‌ କଲେ ତୃତୀୟ ବିବାହ; ସ୍ୱାମୀଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କରି ଲେଖିଲେ ଏହି ମେସେଜ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପାର୍ଟି ପ୍ରମୁଖ ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ୍‌ ଖାନ ତୃତୀୟ ବିବାହ କରିଛନ୍ତି। ରେହମ୍‌ ଖାନ ଯାହାଙ୍କୁ ବିବାହ କରିଛନ୍ତି, ତାଙ୍କ ନାମ ମିର୍ଜା ବିଲାଲ। ୨୦୧୫ରେ ରେହମ୍‌ ଖାନ, ଇମ୍ରାନ ଖାନଙ୍କଠାରୁ ଛାଡ଼ପତ୍ର ନେଇଥିଲେ।

ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ, ରେହମ୍‌ ଖାନଙ୍କ ସ୍ୱାମୀ ମିର୍ଜା ବିଲାଲ ପାକିସ୍ତାନୀ ବଂଶୋଦ୍ଭବ, କିନ୍ତୁ ଏବେ ସେ ଆମେରିକାରେ ରହୁଛନ୍ତି। ବିର୍ଜା ବିଲାଲଙ୍କ ବୟସ ୩୬ ବର୍ଷ, ଯିଏକି ପେସାରେ ପୂର୍ବରୁ ଜଣେ ମଡେଲ ଥିଲେ ଏବଂ ଏବେ କର୍ପୋରେଟ୍‌ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି।

ରେହମ୍‌ ଖାନଙ୍କ ପରି ମିର୍ଜା ବିଲାଲ ମଧ୍ୟ ପୂର୍ବରୁ ଦୁଇ ଦୁଇଥର ବିବାହ କରି ସାରିଛନ୍ତି। ସେ ଏକ ପୁତ୍ର ସନ୍ତାନର ମଧ୍ୟ ବାପା। ରେହମ୍‌ ଓ ମିର୍ଜା ଆମେରିକାରେ ଏକ ସମାରୋହରେ ବିବାହ କରିଥିବା ଜଣାପଡ଼ିଛି। ରେହମ୍‌ ସୋସିଆଲ ମିଡିଆରେ ନିଜ ବିବାହର ଫଟୋ ମଧ୍ୟ ସେୟାର କରିଛନ୍ତି।

ରେହମ୍‌ ଖାନ ଟ୍ଵିଟରରେ ମିର୍ଜା ବିଲାଲଙ୍କ ସହ ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେଇଛନ୍ତି। ସେ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ‘ଶେଷରେ ମୋତେ ସେହି ମଣିଷ ମିଳିଗଲା, ଯାହା ଉପରେ ଭରସା କରିପାରିବି’। କହି ରଖୁଛୁ, ରେହମ୍‌ ଖାନଙ୍କ ପ୍ରଥମ ବିବାହ ଇଜାଜ ରେହମାନଙ୍କ ସହିତ ହୋଇଥିଲା। ଯଦିଓ ଏହି ବିବାହ ବେଶି ଦିନ ତିଷ୍ଠି ପାରି ନ ଥିଲା ଏବଂ ବର୍ଷ ୨୦୦୫ରେ ଉଭୟେ ଛାଡ଼ପତ୍ର ନେଇଥିଲେ।

ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପରେ ରେହମ୍‌ ୨୦୧୪ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିବାହ କରିଥିଲେ। ଇମ୍ରାନଙ୍କ ସହିତ ମଧ୍ୟ ତାଙ୍କର ବୈବାହିକ ଜୀବନ ବେଶି ଦିନ ଚାଲିପାରି ନ ଥିଲା ଏବଂ ବର୍ଷ ୨୦୧୫ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.