ରାଜନଗର ସାତଭାୟା ଗାଁରେ ଅଘଟଣ: ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ରାଜନଗର(କେନ୍ୟୁଜ୍): ପୋଖରୀରେ ବୁଡ଼ି ୩ ଶିଶୁ ମୃତ । ରାଜନଗର ସାତଭାୟା ଗାଁରେ ଅଘଟଣ । ଆଜି ଅପରାହ୍‌ଣ ପ୍ରାୟ ଗୋଟାଏ ବେଳେ ଗାଁର କିଛି ପିଲା ଏକ ପୋଖରୀରେ ଗାଧୋଉଥିଲେ । ହଠାତ ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ବୁଡି ଯାଇଥିଲେ ।

ସାଙ୍ଗରେ ଗାଧୋଉଥିବା ପିଲାମାନେ ପାଟିକରି ଡାକିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ସେହିମାନଙ୍କୁ ଗୁପ୍ତି ମେଡିକାଲ ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.