Below header

୭ଦିନ ପୂର୍ବରୁ ସରିଲା ରାଜ୍ୟସଭାର ଶୀତ ଅଧିବେଶନ, ସାଇନ ଡାଏ ଘୋଷଣା କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

କେନୁଜ୍‌(ବ୍ୟୁରୋ) : ରାଜ୍ୟସଭା ସାଇନ ଡାଏ । ସାଇନ ଡାଏ ଘୋଷଣା କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଶୀତ ଅଧିବାଶନର ଅବଧି ସରିବାର ୭ଦିନ ପୂର୍ବରୁ ସାଇନ ଡାଏ ହୋଇଛି ରାଜ୍ୟସଭା ।

ଉପରାଷ୍ଟ୍ରପତି ଧନଖଡ଼ କହିଥିଲେ ଚଳିତ ଅଧିବେଶନରେ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତିଙ୍କ ସହ ମିଶିବାକୁ ସୁଯୋଗ ମିଳିଥିଲା । ଅଭିଜ୍ଞତାରେ ପୂର୍ଣ୍ଣ ସଦସ୍ୟା ମାନଙ୍କଠୁ ଅନେକ କିଛି ସିଖିବାର ଅଛି ବୋଲି ଧନଖଡ଼ କହିଥିଲେ । ଏହାସହ ଉପରାଷ୍ଟ୍ରପତି ଧନଖଡ଼ ରାଜ୍ୟସଭାର ସଦସ୍ୟ ମାନଙ୍କୁ ଆଗମୀ ପର୍ବ ପର୍ବାଣୀ ଖ୍ରୀଷ୍ଟମାସ, ପୋଙ୍ଗଲ, ଲୋହରିର ଶୁଭେଚ୍ଛା ଜଣାଇଥିଲେ । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସତର୍କ ହେବାକୁ ହେବ ବୋଲି ଉରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।

ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାର ଥିଲା । ଏହାର ୭ଦିନ ପୂର୍ବରୁ ଅଧିବେଶନକୁ ସାଇନ ଡାଏ ଘୋଷଣା କରାଯାଇଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଏହା ହେଉଛି ପ୍ରଥମ ଅଧିବେଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.