ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ଛାନବିନ୍‌, ସିସିଟିଭି କ୍ୟାମେରାର ଡିଭିଆରକୁ ଜବତ କଲା

କଣ୍ଟାବାଞ୍ଜି(କେନ୍ୟୁଜ୍):  ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ଛାନବିନ୍‌ । ଜବତ ହୋଇଥିବା ଲଫାପାରେ ଗୋବିନ୍ଦ ସାହୁଙ୍କ ହସ୍ତାକ୍ଷର ରହିଛି । ଗୋବିନ୍ଦ ସାହୁଙ୍କ ଅକ୍ଷର ସହ ମିଶୁଥିବା ସୂଚନା ମିଳିଛି । ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ । କଣ୍ଟାବାଞ୍ଜି ସବ୍‌ଜେଲରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ଜ୍ୟାକେଟରୁ ଏକ ଲଫାପା ଜବତ ହୋଇଥିଲା । ଲଫାପାକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇଥିଲା କ୍ରାଇମବ୍ରାଞ୍ଚ ।

ଗତକାଲି ଗୋବିନ୍ଦ ସାହୁଙ୍କ ଓ୍ଵାର୍ଡରୁ ମଧ୍ୟ କିଛି କାଗଜପତ୍ର ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ହସ୍ତାକ୍ଷର ମ୍ୟାଚ ହେବା ପରେ ଗୋବିନ୍ଦ ସାହୁଙ୍କ ହାତଲେଖା ବୋଲି ସ୍ପଷ୍ଟ ହୋଇଥିବା କୁହାଯାଉଛି । ଲଫାପାରେ ଗୋବିନ୍ଦଙ୍କ ଝିଅ ଲିପିକା ଓ ପତ୍ନୀ ସୁଷମା ସାହୁଙ୍କ ନାଁ ଥିବା ସୂଚନା ମିଳିଛି l ଆଜି ଜେଲ ଭିତରେ ଥିବା ସିସିଟିଭି କ୍ୟାମେରାର ଡିଭିଆରକୁ ଜବତ କରିଛି କ୍ରାଇମବ୍ରାଞ୍ଚ । ସବଜେଲର ଅନ୍ତେବାସୀମାନଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନl ପଚରାଉଚରା କରୁଛନ୍ତି । କ୍ରାଇମ ବ୍ରାଞ୍ଚର ଏକ ଟିମ ଫରେନସିକ ଟିମ ସହ କଣ୍ଟାବାଞ୍ଜି ସବଜେଲ ଭିତରକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.