Below header

ଚୀନ କଥାରେ ରହୁନି ତାଳମେଳ, କହୁଛି ଗୋଟେ କରୁଛି ଗୋଟେ

ଗତ ଜୁନ ୧୫ ତାରିଖରେ ଗଲବାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣା ପରେ ଦୁଇ ଦେଶ ମଧ୍ୟରେ ଥିବା ଅଶାନ୍ତ ସ୍ଥିତି ଘନେଇବାରେ ଲାଗିଛି । ସୀମାନ୍ତରେ ଶାନ୍ତି ଫେରେଇ ଆଣିବା ପାଇଁ ୧୧ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଚୀନ ପକ୍ଷ ଶାନ୍ତି ସ୍ଥାପନା ନେଇ ସହମତି ପ୍ରକାଶ କରିଥିଲେ । ଚିନ ବୈଦେଶିକ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ବୟାନରେ ସ୍ପଷ୍ଟ କରାଯାଇଥିଲାକି, ବୈଠକରେ ଦୁଇ ଦେଶ ଅଶାନ୍ତ ସ୍ଥିତି ଦୂର କରିବା ସହିତ ସ୍ଥିତି ନିୟନ୍ତ୍ରଣ କରିବା ନେଇ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଚୀନର ଏହି ବ୍ୟବହାର ପ୍ରକୃତରେ ସତ ନୁହେଁ । ଏତେ ସବୁ ପରେ ବି ନିଜ କୃର ଚକ୍ରାନ୍ତ ଜାରି ରଖିଛି ଚୀନ । ଜୁନ ୧୫ ରୁ ଆଜି ଭିତରେ ସୀମାରେ ୩୦  ପ୍ରତିଶତରୁ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିସାରିଲାଣି ।

china

ଭାରତର ଜଣେ ବିଶିଷ୍ଟ ଯୁଦ୍ଧ ବିଶ୍ଳେଷକଙ୍କ ଅନୁଯାୟୀ, ଏହି କିଛି ଦିନ ଭିତରେ ଚୀନ ଲଦାଖର କିଛି ସ୍ଥାନରେ ୩୦ ପ୍ରତିଶତରୁ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିସାରିଲେଣି । ଏକ ସରକାରୀ ରିପୋର୍ଟ ଅନୁଯାୟୀ, ୧୫ ଜୁନ ଘଟଣା ପରେ ଚିନର “ପ୍ୟୁପଲ୍ସ ଲିବରେସନ ଆର୍ମି” ସୀମାନ୍ତ ଅଂଚଳ ଗୁଡିକରେ ନିଜ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା ଚଳାଇଛନ୍ତି । ଏହାବାଦ ନିଜ ଯୁଦ୍ଧାସ୍ତ୍ର ସଂଖ୍ୟାବି ବଢ଼ାଇବାରେ ଲାଗିଛି ଚୀନ । ଚୀନ ଉଭୟ ପକ୍ଷର ସୀମାରେ ଅବସ୍ଥିତ ଉତ୍ତର ଲଦାଖ ଅଂଚଳର ଦେପାସଂଗ ଠାରୁ ଗଳବାନ ପର୍ଯ୍ୟନ୍ତ, ସେଣ୍ଟ୍ରାଲ ଲଦାଖରେ ପିୟୋଗଙ୍ଗ ହ୍ରଦ, ଚୁଷୁଲ, ଓ ଦକ୍ଷିଣ ମୋର୍ଚ୍ଚାର ଡେମଚୋକ ଠାରୁ ଚୁମାର ପର୍ଯ୍ୟନ୍ତ ଅଂଚଳ ମାନଙ୍କରେ ନିଜ ପକ୍ଷର ସୈନ୍ୟ ମୁତୟନ କରିବାରେ ଲାଗିଛି । କହିରଖିବା ଉଚିତ ହେବକି, ଦୋପାସଙ୍ଗ ଠାରେ ହିଁ ୨୦୧୩ ମସିହାରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ ।

china

ଭାରତୀୟ ସୈନ୍ୟ ପାଟ୍ରୋଲିଙ୍ଗ ପଏଣ୍ଟ ୧୦ ,୧୧ ,୧୨, ୧୩ ପରି ସ୍ଥାନ ମାନଙ୍କରେ ପାଟ୍ରୋଲିଙ୍ଗ କରି ଆସୁଥିବା ବେଳେ ଏବେ ଚୀନ ତରଫରୁ ଏହା ଉପରେ ରୋକ ଲଗାଯାଇଛି । ଖାଲି ସେତିକି ନୁହେଁ ଏହି ପାଟ୍ରୋଲିଙ୍ଗ ପଏଣ୍ଟ ଗୁଡିକୁ ବାଇପାସ କରି ଟ୍ରାକ ବନାଇବା ସହିତ ଭାରତ ଅଧିକୃତ ଅଂଚଳ ମାନଙ୍କରେ ୧୫ ରୁ ୧୭ କିଲୋମିଟର ପର୍ଯ୍ୟନ୍ତ ପଶି ଆସିଛନ୍ତି ଚୀନ ସୈନ୍ୟ । ସେମାନେ ପାଟ୍ରୋଲିଂଗ ପଏଣ୍ଟ-୧୩ ପର୍ଯ୍ୟନ୍ତ ମାଡ଼ି ଆସିଥିବା ବେଳେ ପିପି-୧୨କୁ ବି ନିଜ ଅକ୍ତିଆରକୁ ନେବାକୁ ଚାହୁଁଛନ୍ତି । କହିରଖିବା ଉଚିତ ହେବକି, ଡ୍ରାଗନ ସେନା ଗଳବାନ ଘାଟିର ୧ କିଲୋମିଟର ପର୍ଯ୍ୟନ୍ତ ଭିତରକୁ ପଶି ନିଜର କ୍ୟାମ୍ପ ସ୍ଥାପନା କରିଥିଲେ । ଯାହାକୁ କେନ୍ଦ୍ର କରି ହିଁ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ କିଛି ଦିନ ହେବ ବିବାଦୀୟ ସ୍ଥିତି ଲାଗି ରହିଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.