ଭୁବନେଶ୍ବରରୁ ୨୨ କରୋନା ପଜିଟିଭ୍ ଚିହ୍ନଟ: ୩ କ୍ୱାରେଣ୍ଟାଇନ ସେଣ୍ଟରରୁ, ୧୯ ଲୋକାଲ କେସ୍

ଭୁବନେଶ୍ବର: ଭୁବନେଶ୍ବରରୁ ୨୨ କରୋନା ପଜିଟିଭ୍ ଚିହ୍ନଟ । ୨୨ ରୁ ୩ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ , ୧୯ ଜଣ ଲୋକାଲ କେସ୍। ଏମାନଙ୍କ ଭିତରୁ ୧୬ ଜଣଙ୍କ ମଧ୍ୟରୁ ୩ ପୁରୁଷ ଏବଂ ୧୩ ଜଣ ମହିଳା କର୍ମଚାରୀ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉକି, ଆଜି ସକାଳୁ ରାଜ୍ଯରେ ପୁଣି ୨୮୨ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ଏହି ୨୮୨ ପଜିଟିଭ୍ । ଏମାନଙ୍କ ଭିତରୁ ୨୫୬ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୨୬ ଲୋକାଲ୍ କେସ୍ । ଏହାସହ NDRFର ୮ଜଣ କର୍ମଚାରୀ ମଧ୍ଯ ସାମିଲ୍ ଥିଲେ । ଯେଉଁମାନେ ଅମ୍ପନ ପୁନରୁଦ୍ଧାର କାର୍ଯ୍ୟରେ ପଶ୍ଚିବଙ୍ଗ ଯାଇଥିଲେ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.