Below header

ପାକିସ୍ତାନ ନିକଟରେ ଭାରତର ଦାବି; ‘ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସଇଦଙ୍କୁ ଆମକୁ ହସ୍ତାନ୍ତର କର’

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଏବାର ନେତା ହାଫିଜ ସଇଦଙ୍କୁ ନେଇ ଆସିଛି ବଡ଼ ଖବର। ଆତଙ୍କୀ ହାଫିଜ ସଇଦଙ୍କୁ ଭାରତକୁ ଜଲ୍‌ଦି ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ପାକିସ୍ତାନକୁ ଦାବି କରିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଭାରତ ଦାବି କରିଥିବା ସୂଚନା ରହିଛି।

ଭାରତ ସରକାର ଔପଚାରିକ ଭାବେ ହାଫିଜ ସଇଦଙ୍କ ପ୍ରତ୍ୟର୍ପଣ ନେଇ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ପାକିସ୍ତାନୀ ମିଡିଆ ‘ଇସ୍‌ଲାମାବାଦ ପୋଷ୍ଟ୍‍’ ମଧ୍ୟ ଏହି ଦାବି କରିଛି। ହାଫିଜ ସଇଦଙ୍କ ପ୍ରତ୍ୟର୍ପଣ ନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ପାକିସ୍ତାନକୁ କହିଛି।

ସୂଚନାଯୋଗ୍ୟ, ହାଫିଜ ମହମ୍ମଦ ସଇଦ ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ। ଏହି ଆକ୍ରମଣରେ ୬ ଆମେରିକୀୟଙ୍କ ସମେତ ୧୬୬ ଲୋକଙ୍କର ମୃତ୍ୟୁ ଘଟିଥିଲା। ଆମେରିକା ମଧ୍ୟ ଏହି ସଙ୍ଗଠନକୁ ଆତଙ୍କୀ ଘୋଷିତ କରି ଏହା ଉପରେ ୧ କୋଟି ଡଲାରର ପୁରସ୍କାର ରାଶି ରଖିଛି।

ଲସ୍କର-ଏ-ତୋଏବାର ସଂସ୍ଥାପକ ହାଫିଜ ସଇଦ ପ୍ରତିବନ୍ଧିତ ଜମାତ୍‌-ଉଦ୍‌-ଦାଓ୍ଵା (JuD)ର କିଛି ନେତାଙ୍କ ସହ ୨୦୧୯ରୁ ହିଁ ଜେଲ୍‌ରେ ଅଛନ୍ତି। ଆତଙ୍କୀ ଫଣ୍ଡିଂ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଇଦଙ୍କ ନେତୃତ୍ୱାଧୀନ JuD ଲସ୍କର-ଏ-ତୋଏବାର ଫ୍ରଣ୍ଟ୍‌ ସଙ୍ଗଠନ। ଏହା ୨୦୦୮ର ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.