ଶସ୍ତା ହେଲା iPhone 14 ର ୧୨୮ ଜିବି ଭାରିଆଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ଅଫର

iPhone 14 ର ୧୨୮ ଜିବି ଭାରିଆଣ୍ଟକୁ ୧୭% ଡିସକାଉଣ୍ଟରେ ମାତ୍ର ୫୭,୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନର ଦାମ୍‌ ୬୯,୯୯୦ ଟଙ୍କା କିନ୍ତୁ ବର୍ତ୍ତମାନ ଏହା ଉପରେ ଡିସକାଉଣ୍ଟ ଦିଆଯାଉଛି ।

ଯଦି ଆପଣ କମ ଦାମରେ iPhone କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ iPhone କିଣିବା ପାଇଁ ଏହା ହେଉଛି ଉଚିତ ସମୟ । ଆପଣ ଫ୍ଲିପକାର୍ଟରୁ iPhone 14 ର ୧୨୮ ଜିବି ଭାରିଆଣ୍ଟକୁ ୧୭% ଡିସକାଉଣ୍ଟରେ ମାତ୍ର ୫୭,୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନର ଦାମ୍‌ ୬୯,୯୯୦ ଟଙ୍କା କିନ୍ତୁ ବର୍ତ୍ତମାନ ଏହା ଉପରେ ଡିସକାଉଣ୍ଟ ଦିଆଯାଉଛି । ଏହା ବ୍ୟତୀତ ଏହି ମୋବାଇଲ୍ ଫୋନରେ HDFC ବ୍ୟାଙ୍କ କ୍ରେଡିଟ କାର୍ଡରେ ୧୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । iPhone 14ରେ ଏକ୍ସଚେଞ୍ଜ୍ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି ଏବଂ ଆପଣ ନିଜର ପୁରୁଣା ଫୋନ୍ ବଦଳରେ ୩୪,୫୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । କିନ୍ତୁ ଏକ୍ସଚେଞ୍ଜ ମୂଲ୍ୟ ଆପଣଙ୍କ ଫୋନର ଅବସ୍ଥା ଉପରେ ନିର୍ଭର କରେ ।

ଆପଲର ଲାଟେଷ୍ଟ ମଡେଲ୍ iPhone 15 ରେ ୮,୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ କ୍ରୋମା ଏବଂ iNvent ଷ୍ଟୋର୍‌ ଗୁଡିକରେ ଦିଆଯାଉଛି । କମ୍ପାନୀ HDFC ବ୍ୟାଙ୍କ କ୍ରେଡିଟ କାର୍ଡରେ ୫୦୦୦ ଟଙ୍କାର ଡିସକାଉଣ୍ଟ ଦେଉଛି ଏବଂ ପେମେଣ୍ଟ ପେଜରେ ୩୦୦୦ ଟଙ୍କାର ଆଡିସନାଲ ଡିସକାଉଣ୍ଟ ଦିଆଯାଉଛି । ଯାହା ଦ୍ୱାରା ଆପଣ ୭୯,୯୯୦ ଟଙ୍କାର iPhone 15କୁ ମାତ୍ର ୭୧,୯୯୦ ଟଙ୍କାରେ କିଣିପାରିବେ ।

କ୍ୟାମେରା, ପ୍ରୋସେସର୍, ଫିଚର, ଚାର୍ଜିଂ ପୋର୍ଟ ଇତ୍ୟାଦି ଦୃଷ୍ଟିରୁ ଦୁଇଟି ସ୍ମାର୍ଟଫୋନ୍ ମଧ୍ୟରେ ପାର୍ଥକ୍ୟ ଅଛି । iPhone 14 ରେ ଆପଣ ୧୨ + ୧୨ MP ର ଦୁଇଟି କ୍ୟାମେରା ପାଇବେ । ଏଥିରେ ଆପଣଙ୍କୁ ଡାଇନାମିକ୍ ଆଇଲ୍ୟାଣ୍ଡ ଫିଚର ମିଳିବ ନାହିଁ କିନ୍ତୁ ନୂଆ ମଡେଲରେ ଏସବୁ ଫିଚର ଦିଆଯାଇଛି । କିନ୍ତୁ ଉଭୟ ଫୋନର ମୂଲ୍ୟରେ ବହୁତ ପାର୍ଥକ୍ୟ ରହିଛି କାରଣ iPhone 14 ମାତ୍ର ଏକ ବର୍ଷର ପୁରୁଣା ମଡେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.