Below header

ଓଜେଏସ୍‌ ରେଜଲ୍ଟ: କିଟ୍ ର ୩ ଛାତ୍ରୀ ପାଇଲେ ସଫଳତା

ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ କିଟ୍ ଲ ସ୍କୁଲର ୩ଜଣ ଛାତ୍ରୀ ସଫଳତା ହାସଲ କରିଛନ୍ତି। ସେମାନେ ହେଲେ ବୈଶାଳୀ ବାହୁବଳେନ୍ଦ୍ର, ଋତୁପର୍ଣ୍ଣା ଦାଶ ଓ ସୁଚିନ୍ତିତା ଦାଶ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ କିଟ୍ ଲ ସ୍କୁଲର ୩ଜଣ ଛାତ୍ରୀ ସଫଳତା ହାସଲ କରିଛନ୍ତି। ସେମାନେ ହେଲେ ବୈଶାଳୀ ବାହୁବଳେନ୍ଦ୍ର, ଋତୁପର୍ଣ୍ଣା ଦାଶ ଓ ସୁଚିନ୍ତିତା ଦାଶ । ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ୨୦୨୨ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । କିଟ ଲ ସ୍କୁଲର ଛାତ୍ରୀ ସୁଚିନ୍ତିତା ଦାଶ ୧୮ ନମ୍ବର୍ ରାଙ୍କରେ ଅଛନ୍ତି।

ତାଙ୍କ ବାପା ସନ୍ତୋଷ କୁମାର ଦାଶ ଜଣେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଓ ମାଆ ନମିତା ଆଚାର୍ଯ୍ୟଆଇନଜୀବୀ । ତାଙ୍କର ଏହି କୃତକାର୍ଯ୍ଯ ପାଇଁ ପରିବାରରେ ଖୁସିର ଲହରୀ ଖେଳାଯାଇି । ନିଜର ଦୃଢ଼ ଇଛା ଶକ୍ତି, ମନବଳ ଓ ଭଗବାନ ଙ୍କ ଆଶୀର୍ବାଦ ପାଇଁ ସଫଳତା ପାଇଥିଲା ସୁଚିନ୍ତିତା କହିଛନ୍ତି । ଏଥିପାଇଁ ସମସ୍ତ ଶ୍ରେୟ ଶିକ୍ଷକ,ପରିବାର ଲୋକ ଓ ଭଗବାନଙ୍କୁ ଦେଇଛନ୍ତି। କୃତକାର୍ଯ୍ୟ ପାଇଁପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.