Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି। ଶ୍ରୀଲିଙ୍ଗରାଜଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ଅର୍ପଣ ପରେ ବରିଷ୍ଠ ସେବାୟତ ଓ ଅଧିକାରୀ ମାନେବିଭିନ୍ନ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରୁଛନ୍ତି।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି। ଶ୍ରୀଲିଙ୍ଗରାଜଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ଅର୍ପଣ ପରେ ବରିଷ୍ଠ ସେବାୟତ ଓ ଅଧିକାରୀ ମାନେବିଭିନ୍ନ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରୁଛନ୍ତି। ରାଜ୍ୟ ବାହାରର ୧୫ ପ୍ରସିଦ୍ଧ ମନ୍ଦିରକୁ ନିମନ୍ତ୍ରଣ ଦିଆସରିଲାଣି।

ସେହିପରି ରାଜ୍ୟ ଭିତରେ ୩୦ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। କାକଟପୁରର ମାଆ ମଙ୍ଗଳା, ଯାଜପୁରର ମାଆ ବିରଜା, ସମ୍ବଲପୁରର ମାଆ ସମଲେଇ, ଢେଙ୍କାନାଳର କପିଳାସ ମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର, କଳାହାଣ୍ଡିର ଭଣ୍ଡାର ଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦାର ଦାରୁକ୍ଷେତ୍ର, ସାକ୍ଷୀଗୋପାଳସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା’ ସମଲେଶ୍ବରୀ ମନ୍ଦିର, ରେଢ଼ାଖୋଲ ଜଗନ୍ନାଥ ମନ୍ଦିର, ବୌଦ୍ଧର ଚନ୍ଦ୍ରଚୁଡ଼ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର, ଆଠଗଡ଼ ଶରଣ କ୍ଷେତ୍ର, ଖଲ୍ଲିକୋଟ ଚକ୍ର ତୀର୍ଥ, ଅନୁଗୁଳର ଜଗନ୍ନାଥ ମନ୍ଦିର ଓ ମା’ ହିଙ୍ଗୁଳା ମନ୍ଦିର, ଜଗତସିଂହପୁର ଅଡଙ୍ଗଗଡ଼ ଦାରୁକ୍ଷେତ୍ର, ଖଡ଼ିପଡ଼ିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା’ ତାରାତାରିଣୀ ମନ୍ଦିର, ନବରଙ୍ଗପୁରର ମା’ ଭଣ୍ଡାର ଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣୀ ମନ୍ଦିରରେ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି।

ସେହିପରି ମୁମ୍ବାଇର ଅନ୍ଧେରୀ ଜଗନ୍ନାଥ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, କୋଲକାତାର କାଳୀଘାଟର କାଳୀ ମନ୍ଦିର, ଖିଦରପୁର ଜଗନ୍ନାଥ ମନ୍ଦିର, ମଦୁରାଇର ଶ୍ରୀ ରାମେଶ୍ୱରମ୍‌ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର ଓ ପଦ୍ମାବତୀ ମନ୍ଦିର, ମଧ୍ୟପ୍ରଦେଶର ଚାମୁଣ୍ଡେଶ୍ୱରୀ ମନ୍ଦିର, ମହୀଶୁର ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମଭୂମିସ୍ଥଳ, ତିରୁପତି ଜଗନ୍ନାଥ ମନ୍ଦିର, ସିରିଡ଼ି ମନ୍ଦିର, ଇନ୍ଦୋରର ଓଁକାରେଶ୍ୱର ମନ୍ଦିରର ମୁଖ୍ୟମାନଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ନିମନ୍ତ୍ରଣରେ ଯାଇଥିବା ଦଳଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଊଠିଥିଲା। ପ୍ରତ୍ୟେକ ସ୍ଥାନରେ ଏହି ପରିକ୍ରମା ପ୍ରକଳ୍ପକୁ ବେଶ ପ୍ରଶଂସା କରାଯିବା ସହ ଏହା ଓଡ଼ିଶା ର ଗୌରବ ଓ ଐତିହ୍ୟକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ମତ ପ୍ରକାଶ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.