• Likes
  • Followers
  • Followers
  • Subscribers
  • Subscribe
  • Friday, January 23, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ଦେଶ ବିଦେଶ
  • ମୁମ୍ବାଇରେ ଏକାଠି ହେଲେ ବିରୋଧି ଦଳର ବରିଷ୍ଠ ନେତା : ଆଜି ଜାରି ହୋଇପାରେ ‘ଇଣ୍ତିଆ’ ମେଣ୍ଟର ନୂଆ ଲୋଗୋ

ମୁମ୍ବାଇରେ ଏକାଠି ହେଲେ ବିରୋଧି ଦଳର ବରିଷ୍ଠ ନେତା : ଆଜି ଜାରି ହୋଇପାରେ ‘ଇଣ୍ତିଆ’ ମେଣ୍ଟର ନୂଆ ଲୋଗୋ

ବିଜେପିକୁ ହରାଇବା ପାଇଁ ଗଠନ ହୋଇଥିବା ଇଣ୍ତିଆ ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ଏହା 'ଇଣ୍ତିଆ'ର ତୃତୀୟ ବୈଠକ । ବୈଠକରେ ସାମିଲ ହୋଇଛନ୍ତି ୨୮ ଦଳର ନେତା । ଆଜି ବୈଠକର ଦ୍ୱିତୀୟ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

By Barsha On Sep 1, 2023
india

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ସରକାରଙ୍କୁ କଡ଼ା ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧି ଦଳ । ଏଥର ମୁମ୍ବାଇରେ ଏକାଠି ହୋଇଛନ୍ତି ବିରୋଧି ଦଳର ବରିଷ୍ଠ ନେତା । ବିଜେପିକୁ ହରାଇବା ପାଇଁ ଗଠନ ହୋଇଥିବା ଇଣ୍ତିଆ ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ଏହା ‘ଇଣ୍ତିଆ’ର ତୃତୀୟ ବୈଠକ । ବୈଠକରେ ସାମିଲ ହୋଇଛନ୍ତି ୨୮ ଦଳର ନେତା । ଆଜି ବୈଠକର ଦ୍ୱିତୀୟ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସକାଳ ୧୦ଟାରେ ଆନୁଷ୍ଠାନିକ ବୈଠକ ହେବ । ଏଥିରେ ମେଣ୍ଟର ଲୋଗୋ ଓ ସଂଯୋଜକଙ୍କ ନାଁ ସାମ୍ନାକୁ ଆସିପାରେ । ଯାହା ସୂଚନା ମିଳିଛି, ଦୁଇ-ତିନୋଟି ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି ।

ବିରୋଧୀଙ୍କ ଆଶଙ୍କା ରହିଛି ବିଜେପି ଆଗୁଆ ନିର୍ବାଚନ ଘୋଷଣା କରିପାରେ। ତେଣୁ ଯଥା ଶୀଘ୍ର ସମନ୍ବୟ ସମିତି ଓ ଅନ୍ୟ ଗ୍ରୁପ ଗଠନ କରିବାର ଆବଶ୍ୟକ ରହିଛି । ସମନ୍ବୟ ସମିତିରେ ସବୁ ଦଳର ଜଣେ ନେତା ସାମିଲ ହେବାକୁ ପ୍ରସ୍ତାବ ରଖିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଶିବସେନା .ନେତା ଉଦ୍ଧବ ଠାକରେ । ୧୧ ଜଣିଆ ସମନ୍ବୟ କମିଟି ଗଠନ ହେବ। ଏହି ସମନ୍ବୟ କମିଟି ସବୁ ସଦସ୍ୟ ଦଳଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ।

ମୁମ୍ବାଇ ବୈଠକରେ ଆସନ ବୁଝାମଣା ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି। ଦେଶର ସମସ୍ତ ସଂସଦୀୟ କ୍ଷେତ୍ରରେ ଏନଡିଏ ବିପକ୍ଷରେ ଜଣେ ସାଧାରଣ ପ୍ରାର୍ଥୀ ଦେବାକୁ ଯୋଜନା କରିଛନ୍ତି ବିରୋଧୀ। ଏ ଦିଗରେ ଆଲୋଚନା ଆଗକୁ ବଢ଼ାଇପାରନ୍ତି । ରାଜ୍ୟସ୍ତରରେ ଆସନ ବୁଝାମଣାକୁ ନେଇ ଆଲୋଚନା କରିବେ ସମନ୍ବୟ କମିଟି ସଦସ୍ୟ । ତେବେ ସମସ୍ତ ନିଷ୍ପତ୍ତି ଆଜି ଆସିବ। ଏହା ସହ ଆଜି ଉନ୍ମୋଚନ ହୋଇପାରେ ଲୋଗୋ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲୋଗୋରେ ଜାତୀୟ ପତାକାର ତିନି ରଙ୍ଗ ଗେରୁଆ, ଧଳା ଓ ସବୁଜ ରଙ୍ଗ ରହିବ । ଲୋଗୋ ଜାରି ହେବା ପରେ ଏକ ମିଳିତ ପ୍ରେସ କନଫରେନ୍ସର ଆୟୋଜନ କରାଯିବ । ସେପଟେ ଲୋକସଭା ନିର୍ବାଚନ ପାଇଁ ଆସନ କେମିତି ବଣ୍ଟା ହେବ, ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । କୁହାଯାଉଛି ୨୦୧୯ ଲୋକସଭା ନିର୍ବାଚନ ଆଧାରରେ ଫର୍ମୁଲା ପ୍ରସ୍ତୁତ ହୋଇପାରେ । ବିଜୟ ଆସନ ସହ ଯେଉଁ ଦଳ ଦ୍ୱିତୀୟ ସ୍ଥାନରେ ଥିଲା ସେହି ଆସନ ସଂପୃକ୍ତ ଦଳକୁ ଦିଆଯାଇପାରେ ।

 

india meet in mumbainew logo
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଆଜି ପବିତ୍ର ଶ୍ରୀ ପଞ୍ଚମୀ, ସ୍ବତନ୍ତ୍ରୀ ନୀତିକାନ୍ତି ପରେ…

    Jan 23, 2026 0
  • ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ, ଉପରାଷ୍ଟ୍ରପତି ସିପି…

    Jan 23, 2026 0
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ, ଆଜିର…

    Jan 23, 2026 0
  • ସପ୍ତାହାନ୍ତର ଲଗାତାର ଛୁଟି, ଭୁବନେଶ୍ୱର ବିମାନବନ୍ଦରରେ…

    Jan 22, 2026 0
  • ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

    Jan 22, 2026 0
  • ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି, ନବୀନ…

    Jan 22, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ