Below header

ଇଂଲଣ୍ଡରେ ଭାରତୀୟ ନର୍ସ ଏବଂ ଦୁଇ ପିଲାଙ୍କୁ ହତ୍ୟା, ସ୍ୱାମୀକୁ ଗିରଫ କଲା ପୋଲିସ

ଇଂଲଣ୍ଡର ନର୍ଥମ୍ପଟନରେ ଭାରତୀୟ ବଂଶୋଦ୍ଭବ ନର୍ସ ଏବଂ ତାଙ୍କର ଦୁଇ ପିଲାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ କରି ସନ୍ଦିଗ୍ଧ ସ୍ୱାମୀଙ୍କୁ ଗିରଫ କରିଛି । ମହିଳା ଜଣକ କେଟାରିଂ ଜେନେରାଲ ହସପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ୬ ଏବଂ ୪ ବର୍ଷର ଦୁଇଟି ପିଲା ଥିଲେ । ତାଙ୍କୁ ପେଥର୍ଟନ କୋର୍ଟ ଅଞ୍ଚଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମହିଳା ଜଣକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ପିଲା ହସପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ୩୫ ବର୍ଷୀୟ ଅଞ୍ଜୁ କେରଳର କୋଟାୟମ ଜିଲ୍ଲାର ବେକୋମରେ ରହୁଥିଲେ। ତାଙ୍କର ୬ ବର୍ଷର ପୁଅ ଏବଂ ୪ ବର୍ଷର ଝିଅ ରହିଥିଲା। ମହିଳାଙ୍କ ସ୍ୱାମୀ ସାଜୁ ଜଣେ ଡ୍ରାଇଭର। ସେ କେରଳର କନ୍ନୁର ଜିଲ୍ଲାରେ ରୁହନ୍ତି। ତେବେ ଅଞ୍ଜୁ ବର୍ଷେ ତଳେ ବ୍ରିଟେନ ଚାଲିଯାଇଥିଲେ। ନିକଟରେ ତାଙ୍କ ସ୍ୱାମୀ ସାଜୁ ଏବଂ ପିଲାମାନେ ଇଂଲଣ୍ଡ ଯାଇଥିଲେ । ତେବେ ପୋଲିସ କହିବା ମୁତାବକ, ହତ୍ୟାକାଣ୍ଡ ବିଷୟରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମଳିନାହିଁ। ତଥାପି ସ୍ୱାମୀ ସାଜୁଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପତ୍ନୀ ଅଞ୍ଜୁ ବ୍ରିଟେନରେ ଚାକିରି କରିଥିବା ବେଳେ ସାଜୁଙ୍କୁ ସେଠାରେ କୌଣସି ଚାକିରି ମିଳୁନଥିଲା ।

ହସପିଟାଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦେବୋରାହ ନିଧମ କହିଛନ୍ତି, ଅଞ୍ଜୁ ଅଶୋକ ଜଣେ ଦକ୍ଷ ନର୍ସ ଥିଲେ। ସେ ୨୦୨୧ରେ କେଟାରିଂ ଜେନେରାଲ ହସପିଟାଲରେ ଚାକିରି କରୁଥିଲେ। ସେ ଅର୍ଥୋପେଡିକ ଓ୍ଵାର୍ଡରେ ଥିଲେ । ଅଞ୍ଜୁ ଜଣେ ଦୟାଳୁ ଏବଂ ପରୋପକାରୀ ନର୍ସ। ସେ ସବୁବେଳେ ନିଜ ସହକର୍ମୀ ଏବଂ ସାଙ୍ଗମାନଙ୍କ ସହିତ ହସଖୁସିରେ ରୁହନ୍ତି । ତେବେ ଅଞ୍ଜୁଙ୍କର କେମିତି ଆଉ କେଉଁ ପରିସ୍ଥିତିରେ ହତ୍ୟା କରାଗଲା, ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.