Below header

ଦେଶରେ ରେକର୍ଡ ପରେ ରେକର୍ଡ କରୁଛି କରୋନା, ଗୋଟିଏ ଦିନରେ ସର୍ବାଧିକ ୫୫ ହଜାର ୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ୭୭୯ ଜଣ ମୃତ

ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେବେକି ୨୪ ଘଣ୍ଟାରେ ମୋଟ ୫୫ ହଜାର ୭୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୭୭୯ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ସେପଟେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୧ରେ ପହଂଚିଛି । ମୃତ୍ୟୁସଂଖ୍ୟା ମଧ୍ୟ ୩୫ ହଜାର ୭୪୭କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ମୋଟ ଚିହ୍ନଟଙ୍କ ମଧ୍ୟରୁ ୫ ଲକ୍ଷ ୪୫ ହଜାର ୩୧୮ଟି ଆକ୍ଟିଭ୍ କେସ୍ ରହିଛି । ଯେବେକି ଏପର‌୍ୟ୍ୟନ୍ତ ମୋଟ ୧୦ ଲକ୍ଷ ୫୭ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଭାରତର କୋଭିଡ ରାଜଧାନୀ ଭାବେ ଜଣା ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି ।

ମୋଟ ୨ ଲକ୍ଷ ୪୮ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୧୪ ହଜାର ୭୨୯ ଜଣଙ୍କ ମୁଣ୍ଡ ନେଲାଣି ଭୂତାଣୁ । ସଂକ୍ରମଣ ତାଲିକାରେ ବି ବିଦେଶୀ ନାଗରିକ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥତା ହାର ୬୪.୫୪ ପ୍ରତିଶତ ରହିଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଜୁଲାଇ ୩୦ ତାରିଖ ମଧ୍ୟରେ ୧,୮୮,୩୨,୯୭୦ ଜଣଙ୍କ ପରୀକ୍ଷଣ କରାଯାଇଛି । ଯେଉଁ ଥିରୁ ୬୪୨୫୮୮ ନମୁନା ପରୀକ୍ଷଣ ଗୁରୁବାର ଦିନ ହିଁ କରାଯାଇଛି । କହିରଖିବା ଉଚିତ ହେବକି, ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଯାଞ୍ଚ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.