କରୋନା ଟେଷ୍ଟ ପାଇଁ ମହିଳାଙ୍କ ଯୌନାଙ୍ଗରୁ ସ୍ୱାବ ନମୁନା ସଂଗ୍ରହ, ଲ୍ୟାବ ଟେକି୍ନସିଆନ ଗିରଫ

ବିଶ୍ୱରେ କରୋନା ମହାମାରୀ ବ୍ୟାପିସାରିଛି। ଏଥିରେ ଅନେକ ଲୋକ ସଂକ୍ରମିତ ହେଉଥିବା ବେଳେ ସେମାନଙ୍କ ସ୍ୱାବକୁ ଟେଷ୍ଟ କରାଯାଇ କିପରି ସଂକ୍ରମଣରୁ ରକ୍ଷା ହୋଇପାରିବ ସଚେତନତା ମଧ୍ୟ କରାଯାଉଛି। ସାରା ବିଶ୍ୱର ବୈଜ୍ଞାନିକ ଏବ ଡାକ୍ତର କରୋନାର ପ୍ରତିଷେଧନ ଟୀକା ବାହାର କରିବା ପାଇଁ ଆପ୍ରାଣ ଉଦ୍ୟମ ମଧ୍ୟ କରୁଛନ୍ତି। କିନ୍ତୁ ମହାରାଷ୍ଟ୍ରର ଅମରାବତୀରେ ଏଭଳି ଏକ ଲଜ୍ୟାକର ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ମଣିଷର ହୀନ ମାନସିକତା ବିଷୟରେ ଚିନ୍ତା କରିପାରିବେ ନାହିଁ।

ଏହି ସମୟରେ, ଅମରାବତୀ ପୋଲିସ ଦୁଷ୍କର୍ମ ଅଭିଯୋଗରେ ସ୍ବାବର ନମୁନା ନେଇଥିବା ଜଣେ ଲ୍ୟାବ ଟେକ୍ନିସିଆନଙ୍କୁ ଗିରଫ କରିଛି। ଗୁରୁବାର ପୋଲିସ ଏହି ସୂଚନା ଦେଇଛି।

corona

ବଦନେରା ପୋଲିସ ଷ୍ଟେସନର ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୋଗକାରୀ ମହିଳା ଅମରାବତୀର ଏକ ମଲରେ କାମ କରନ୍ତି। ସେଠାରେ ଥିବା ଜଣେ କର୍ମଚାରୀ ଜୁଲାଇ ୨୪ରେ କରୋନା ସଂକ୍ରମିତ ହେବା ପରେ ସତର୍କତା ଅବଲମ୍ବନ କରି ଜୁଲାଇ ୨୮ ତାରିଖରେ, ଅଭିଯୋଗକାରୀଙ୍କ ସମେତ ୨୦ରୁ ୨୫ ଅନ୍ୟ କର୍ମଚାରୀମାନେ ସରକାରୀ ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଅଭିଯୋଗକାରୀ ସମେତ ଅନ୍ୟ କର୍ମଚାରୀଙ୍କ ନାକରୁ ସ୍ବାବ ନେବା ପରେ ସମାନଙ୍କୁ ମଙ୍ଗଳବାର ଜିଲ୍ଲା ଅନୁସନ୍ଧାନ କେନ୍ଦ୍ରକୁ ନିଆଯାଇଥିଲା। ସେ କହିଛନ୍ତି ଯେ ମହିଳାଙ୍କ ନାକରୁ ସ୍ବାବ ନମୁନା ନେବା ପରେ ଲ୍ୟାବ ଟେକ୍ନିସିଆନ ଅଲପେଶ ଦେଶମୁଖ ତାଙ୍କୁ କହିଛନ୍ତି ଯେ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।

arest

ତେଣୁ ସଠିକ୍ ପରୀକ୍ଷା ଫଳାଫଳ ପାଇଁ ଗୁପ୍ତାଙ୍ଗରୁ ସ୍ୱାବ ନେବା ଜରୁରୀ ଅଟେ। ଏହା କହି ସେ ତାଙ୍କ ଗୁପ୍ତାଙ୍ଗରୁ ସ୍ୱାବ ନମୁନା ସଂଗ୍ରହ କରିଥିଲେ। ଏହା ପରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଆଇପିସିର ଧାରା ୩୫୪ ଏବଂ ୩୭୬ (ଦୁଷ୍କର୍ମ) ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମହାରାଷ୍ଟର ମହିଳା ତଥା ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର୍‌ ଏହି ଘଟଣାକୁ ଗମ୍ଭୀର ରୂପେ ଗ୍ରହଣ କରିବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.