ରାଜ୍ଯରେ ଆଜି ୧୪୯୯ କରୋନା ପଜିଟିଭ୍ ଚିହ୍ନଟ: କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୧୪ ଏବଂ ଲୋକାଲ କେସ୍ ରୁ ସର୍ବାଧିକ ୫୮୫ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୪୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୯୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୫୮୫ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୩୧,୮୭୭ରେ ପହଁଚିଛି । ଏମାନଙ୍କ ୧୯,୭୪୫ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୧,୯୧୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୫,ବାଲେଶ୍ବରରୁ ୩୭,ବରଗଡରୁ ୧୦, ଭଦ୍ରକରୁ ୧, ବଲାଙ୍ଗିରରୁ ୧୯,କଟକରୁ ୨୮,ଦେଓଗଡରୁ ୨, ଢେଙ୍କାନାଳରୁ ୯୨, ଗଜପତିରୁ ୯୭, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୯, ଝାରସୁଜୁଡା ୭, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୫୦, କେନ୍ଦ୍ରାପଡାରୁ ୧୪, କେନ୍ଦୁଝର ୧୬, ଖୋର୍ଦ୍ଧାରୁ ୨୧୪, କୋରାପୁଟରୁ ୮୧, ମାଲକାନଗିରିରୁ ୨୬ ଏବଂ ମୟୁରଭଞ୍ଜରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.