ସିଂହୀର ଗର୍ଜନ ଶୁଣି ଏମିତି ହେଲା ଜଙ୍ଗଲର ରାଜାଙ୍କ ଅବସ୍ଥା, ଶେଷରେ ହେଲେ ନତମସ୍ତକ

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରଲ ହେଉଛି। ଏବେ ସିଂହ ଏବଂ ସିଂହୀର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଅନୁମାନ କରିବେ କି, ଘରେ କାହାର ରାଜ୍‌ ଚାଲେ। ଜଙ୍ଗଲରେ ଯେକୌଣସି ସ୍ଥାନରେ ସିଂହ ବା ସିଂହୀକୁ ଦେଖିଲେ, ସେଠାରୁ ଅନ୍ୟ ବନ୍ୟଜନ୍ତୁମାନେ ଭୟଭୀତ ପଳାନ୍ତି। କାରଣ ଯେପରି ସେମାନଙ୍କୁ ତାଙ୍କ ଶିକାର ହେବାକୁ ନ ପଡେ। ତେବେ ଏହି ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଂହ ଏବଂ ସିଂହୀ ପରସ୍ପର ମଧ୍ୟରେ ଲଢେଇ ଲାଗୁଛନ୍ତି। ପରେ ଗର୍ଜନ କରି ଜଣେ ଅନ୍ୟକୁ ଜଣକୁ ମାରିବାକୁ ଚେଷ୍ଟା କରୁଚନ୍ତି।

ଏହି ଭିଡିଓରେ ସବୁଠାରୁ ମଜାଳିଆ ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଙ୍ଗଲର ରାଜା ସିଂହ ପତ୍ନୀ ସିଂହୀର ଗର୍ଜନ ଶୁଣି ଭୟଭୀତ ହୋଇ ଚାଲିଯାଉଛନ୍ତି। ଏହି ଭିଡିଓକୁ ଓ୍ଵାଇଲ୍ଡ ଇଣ୍ଡିଆ ଶେୟାର କରିଛି।

ଏହି ଭିଡିଓକୁ ୨୬ ଜୁଲାଇରେ ଶେୟାର କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ମଜାଳିଆ ଭିଡିଓକୁ ଦେଖିଛନ୍ତି। ଅନେକ ଲାଇକ୍ସ ଏବଂ ରି ଟୁଇଟ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି। ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ପ୍ରବୀଣ କାସଓ୍ଵାନ ମଧ୍ୟ ଶେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ ତୁମେ ଜଙ୍ଗଲର ରାଜା ବୋଲି ଗୁରୁତ୍ୱପୂର୍ଣ୍ଣ ନୁହେଁ, ହୁକୁମ ତ କେବଳ ରାଣୀଙ୍କର ଚାଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.