ଆଜି ଭାରତୀୟ ବଜାରରେ ଲଞ୍ଚ ହେବ ହେବ Oppo Reno 4 Pro, ଜାଣନ୍ତୁ କଣ ରହିଛି ସ୍ପେଶାଲ ଫିଚର

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଓପୋ (Oppo ) ନିଜ ଶାନଦାର ମୋବାଇଲ ସେଟ ରେନୋ 4 ପ୍ର (Oppo Reno 4 Pro) ଆଜି ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ତରଫରୁ ଏହି ସ୍ମାର୍ଟଫୋନରେ ପୱାର ଫୁଲ ପ୍ରୋସେସର ସମେତ ଦମଦାର କ୍ୟାମେରା ସୁବିଧା ବି ଦିଆଯାଇଛି । ଏହା ବାଦ ଗ୍ରାହକଙ୍କୁ ଏଚଡ଼ି ଡିଷ୍ପ୍ଲେ ସହ ଉନ୍ନତ ମାନର ବ୍ୟାଟେରୀ ସପୋର୍ଟ ମଧ୍ୟ ମିଳିପାରିବ । ତେବେ ଆସନ୍ତୁ ଜାଣିବା ଲଞ୍ଚ ହେବାକୁ ଯାଉଥିବା Oppo Reno 4 Proର ସମ୍ଭାବିତ ଦର ଓ ସ୍ପେସିଫିକେସନ ଗୁଡିକ ବିଷୟରେ ।

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଫୋନ ଲଞ୍ଚିଙ୍ଗ କାର୍ଯ୍ୟକ୍ରମ ଭରଚୁଆଲି ମାଧ୍ୟମରେ ହିଁ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମର ଆରମ୍ଭ ମଧ୍ୟାନ ୧୨.୩୦ ରେ ଆରମ୍ଭ କରାଯିବା ନେଇ ସ୍ଥିର କରାଯାଇଛି । କମ୍ପାନୀର ଅଫିସିଆଲ ୟୁ ଟ୍ୟୁବ ଚ୍ୟାନେଲରେ ଲାଇଭ ଦେଖା ଯାଇପାରିବ । ଏହାର ଦର ପ୍ରିମିୟମ ରେଞ୍ଜରେ ରଖାଯିବାକୁ ଥିବା ବେଳେ ଭିନ୍ନ ଭିନ୍ନ କଲର ଅପସନ ସହ ଏହା ବଜାରରେ ଲଞ୍ଚ ହେବ ।

Oppo Reno 4 Pro to Launch in India Today: How to Watch Live - Bloguru

 

Oppo Reno 4 Pro ସ୍ମାର୍ଟଫୋନରେ ୬.୫ ଇଞ୍ଚର ଫୁଲ ଏଚଡ଼ି ଏମୋଲେଡ଼ ଡିଷ୍ପ୍ଲେ ଦିଆଯାଇଛି । ଯାହାର ରିଜୋଲୁସନ ୨୪୦୦ X ୧୦୮୦ ପିକସଲ ରହିବ | ଏହା ସହ ଏହି ସ୍ମାର୍ଟଫୋନରେ କ୍ଵଲ କମ ସ୍ନାପଡ୍ରାଗନ ୭୬୫ ଜି ପ୍ରୋସେସର ସୁବିଧା ବି ମିଳିଛି । ଏହାବାଦ ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୦ ଭର୍ସନରେ ଆଧାରିତ ହେବା ସହ ୭.୦ ଅପରେଟିଙ୍ଗ ସିଷ୍ଟମରେ ହିଁ କାମ କରିପାରିବ । କ୍ୟାମେରା ଦୃଷ୍ଟିରୁ ଦେଖିଲେ, ଏଥିରେ ଗ୍ରାହକଙ୍କୁ ଟ୍ରିପଲ ରିୟାର କ୍ୟାମେରା ସେଟଅପର ସୁବିଧା ବି ମିଳିଯାଇପାରିବ ।

ଯେଉଁଥିରେ ୪୮ ମେଗାପିକସଲର ସୋନି ଆଇଏମଏକ୍ସ ୫୮୬ ସେନ୍ସର, ୧୨ ମେଗାପିକସଲର ଅଲଟ୍ରା ବାଇଣ୍ଡ ଆଙ୍ଗଲ ଲେନ୍ସ , ୧୩ ମେଗାପିକସଲ ଟେଲିକମ ଲେନ୍ସ ମହଜୂତ ଅଛି । କମ୍ପାନୀ ଏହି ଫୋନରେ ୱାଇ-ଫାଇ, ୫ଜି ନେଟୱର୍କ , 4G VoLTE, ବ୍ଲୁ ଟୁଥ, ଜିପିଏସ, ୟୁଏସବି ପୋର୍ଟ ଟାଇପ- ସି ପରି ଫିଚର ମାନ ମଧ୍ୟ ଦିଆଯାଇଛି । ୟୁଜର୍ସ ମାନଙ୍କୁ ଏହି ଡିଭାଇସରେ ୬୫ ବାଟ ସୁପର ଫ୍ଲସ ଚାର୍ଜ ସହ ୪୦୦୦ ଏମଏଏଚ ବ୍ୟାଟେରୀ ସୁବିଧା ମିଳିଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.