ବାଲେଶ୍ୱର : ଦେହ ସାରା ୧୦ ହଜାରରୁ ଅଧିକ ମହୁମାଛି ନେଇ ଘରକୁ ଫେରିଲେ ବ୍ଯକ୍ତି, ଯାହାକୁ ଦେଖିବାକୁ ଜମିଲା ଲୋକଙ୍କ ଭିଡ଼

ବାଲେଶ୍ୱର: ଏ ଫଟୋ ଦେଖି ଆପଣ ଭାବୁଥିବେ ବ୍ୟକ୍ତି ଜଣକର ବୋଧହୁଏ ଲମ୍ବା ଦାଢ଼ୀ ରହିଛି । ହେଲେ ଦାଢ଼ୀଗୁଡ଼ିକ ଚାଲୁଛନ୍ତି କାହିଁକି ? ନାଇ ଆଜ୍ଞା ଏସବୁ ଦାଢ଼ୀ ନୁହେଁ ମହୁମାଛି । ତାଙ୍କ ମୁହଁରେ ଏଭଳି ଭାବେ ସିଛନ୍ତି ଯେ ଲାଗୁଛି ଯେମିତି ଦାଢ଼ୀ ବଢ଼ି ଯାଇଛି । ତେବେ ଆଶ୍ଚର‌୍ୟ୍ୟର କଥା ହେଉଛି ଏଭଳି ହେଲା କାହିଁକି ? ମହୁମାଛି ତ ଆକ୍ରମଣ କରେ, ବିନ୍ଧିଦିଏ । ତେବେ ଏ ବ୍ୟକ୍ତିଙ୍କ ପୋଷା ମାନିଛନ୍ତି କେମିତି । ଆସନ୍ତୁ ଜାଣିବା ଘଟଣାଟି କଣ ?

BEE

କୋଦାଳ ନେଇ ବିଲକୁ ଗଲେ । ଆସିଲେ ମହୁମାଛି ନେଇ । ଦେହ ସାରା ମହୁମାଛିରେ ଭର୍ତ୍ତି । ବାଲେଶ୍ୱର ନୀଳଗିରି ଉପଖଣ୍ଡ ଔପଦା ତରତୁଆଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ଟୁକାରାମ ବିଲକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ଏକ ମହୁମାଛି ଆସି ଟୁକାରାମଙ୍କ ଉପରେ ବସିଥିଲା ।

ପରେ ୧୦ ହଜାରରୁ ଅଧିକ ମହୁମାଛି ଦେହ ସାରା ଲାଗି ଯାଇଥିଲେ । ଟୁକାରାମ ତୁରନ୍ତ ଘରକୁ ଆସି ମହୁମାଛି ଗୁଡିକ ବାକ୍ସ ଭିତରେ ପୂରାଇ ଦେଇଥିଲେ । ଟୁକାରାମ ଜଣେ ମହୁ ଚାଷୀ ହୋଇଥିବାରୁ ଏସବୁ ସମ୍ଭବ ହୋଇଥିଲା । ମହୁମାଛିରେ ଭର୍ତ୍ତି ହୋଇଥିବା ଟୁକାରାମଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.