Below header

କରୋନା ଭ୍ୟାକସିନର ଅଭାବକୁ ଦୂର କରିବ ଆମେରିକା, ଭାରତ ସହ ବିଶ୍ୱସ୍ତରରେ ଦେବ ୮ କୋଟି କରୋନା ଟିକା

ଭାରତରେ ଭାକ୍ସିନ (ଟିକା) ର  ଅଭାବକୁ ପୂରଣ କରିବ ଆମେରିକା । ଭ୍ୟାକସିନର ଅଭାବକୁ ଦୃଷ୍ଟିରେ ରଖି ଆମେରିକା ଏହି ସୂଚନା ଦେଇଛି । ଡ୍ୱାଇଟ ହାଉସର ଫ୍ୟାକ୍ଟ ସିଟ ମୁତାବକ କୋଭାକ୍ସ ଜରିଆରେ ଆମେରିକା ପ୍ରଥମ ଦଫାରେ ତା’ର ମହଜୁଦ ଟିକାର ୭୫ ପ୍ରତିଶତ ଅର୍ଥାତ ପ୍ରାୟ ୧.୯ କୋଟି ଟିକା ସେୟାର କରିବ । ଏହି ଟିକା ପାଇବାକୁ ଥିବା ଦେଶମାନଙ୍କ ଭିତରେ ଅଛି ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଓ ଆଫ୍ରିକାର ଦେଶଗୁଡିକ ।  ଆମେରିକାର ବିଦେଶ ବିଭାଗର ପ୍ରବକ୍ତା ନେଡ ପ୍ରାଇସ ବୁଧବାର ଏନେଇ ରିପୋର୍ଟ ଦେଇଛନ୍ତି ।

ପ୍ରେସ କନଫେରେନ୍ସ ମାଧ୍ୟମରେ କହିଛନ୍ତି ଯେ, ଖୁବ ଶୀଘ୍ର କୋଭାକ୍ସ ଜରିଆରେ ବିଶ୍ୱ ସ୍ତରରେ ଯୋଗାଣ ହେଉଥିବା ଟିକା ମଧ୍ୟରେ ଭାରତର ମଧ୍ୟ ଅଂଶ ରହିଛି ।  ଭାରତରେ ମହାମାରୀ ପାଇଁ ଅନେକ ଲୋକ ଜୀବନ ହାରିଛନ୍ତି । ଏହି ସମୟରେ ଭାରତରେ ଟିକାର ଅଭାବକୁ ପୂରଣ କରିବା ନିମିତ୍ତ ଆମେରିକା ସହଯୋଗର ହାତ ବଢ଼ାଇଛି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରକାଶ କରିଛନ୍ତି ।

କରୋନା ଆରମ୍ଭ ହେବା ପରଠୁ ଆମେରିକା ଭାରତକୁ ସାହାଯ୍ୟ କରି ଆସିଛି । ୨ୟ ଲହରୀରେ ମଧ୍ୟ ଲୋକମାନେ ଆକ୍ରାନ୍ତ ହେବା ପରେ ଆମେରିକା ବହୁସଂଖ୍ୟାରେ ମେଡିକାଲ ସପ୍ଲାଏ ପଠାଇଥିଲା । ଅକ୍ସିଜେନ କନସନଟ୍ରେଟର ଠୁ ଆରମ୍ଭ କରି ଭେଣ୍ଟିଲେଟର୍ସ ଆଦି ଯୋଗାଇଥିଲା ।

ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ଶେଷ ସୁଦ୍ଧା ବିଶ୍ୱ ସ୍ତରରେ ୮୦ ମିଲିୟନ ବା ୮ କୋଟି ଭ୍ୟାକସିନ୍‌ ଯୋଗାଣ ହେବ ବୋଲି ବାଇଡେନ୍‌ ପ୍ରଶାସନ ପ୍ରକାଶ କରିଛି । ତେବେ ଭାରତରେ ଏହି ଭ୍ୟାକ୍‌ସିନ କେବେ ସୁଦ୍ଧା ପହଞ୍ଚିବ ବୋଲି ସେମିତି ନିର୍ଦ୍ଦିଷ୍ଟ ଭାବେ କୁହାଯାଇନାହିଁ । ତେବେ ଭାରତ ମଧ୍ୟ ଏହି କୋଭାକ୍ସ ଯୋଜନାର ୮ କୋଟି  ଟିକା ମଧ୍ୟରୁ ଟିକା ପାଇବ ବୋଲି  ଆମେରିକା କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.