Below header

ଆହତ ପକ୍ଷୀକୁ ନୂଆ ଜୀବନ ଦେଲେ ବ୍ୟକ୍ତି, ମୁହଁରୁ ନିଃଶ୍ବାସ ଦେବାରେ ଏମିତି କରିଥିଲେ ଚେଷ୍ଟା, ଦେଖନ୍ତୁ ଭାବୁକ କରିଦେଲା ଭଳି ଭିଡିଓ

ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ପଶୁପକ୍ଷୀଙ୍କ ପ୍ରତି ଅଧିକ ଭଲ ପାଇବା ରହିଛି। ଏବେ ଟ୍ୱିଟରରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଯେ କେହି ଭାବୁକ ହୋଇଯିବ। ଆଇଏଫଏସ ଅଫିସର ସନ୍ଦୀପ ତ୍ରିପାଠୀ ଏହି ଭିଡିଓକୁ ସେୟାର କରିଛନ୍ତି।

ଏହି ଭାଇରଲ ଭିଡିଓରେ ଦେଖିବାକୁ ମିଳୁଛି କି, ଏଥିରେ ଜଣେ ବ୍ୟକ୍ତି ଏକ ଆଘାତପ୍ରାପ୍ତ ପକ୍ଷୀକୁ ନିଜ ମୁହଁରୁ ନିଃଶ୍ବାସ(CPR) ଦେବାକୁ ଚେଷ୍ଟା କରୁଛନ୍ତି। ଏକ କୁକାବୁରା ପକ୍ଷୀ ସ୍ୱିମିଙ୍ଗ ପୁଲରେ ଗଳି ପଡ଼ିଥିଲା, ଯାହାକୁ ଦେଖି ବ୍ୟକ୍ତି ପକ୍ଷୀଟିର ହୋସ ଫେରାଇ ଆଣିବାକୁ ପ୍ରୟାସ କରିଥିଲେ।

ବ୍ୟକ୍ତି ଜଣକ ନିଃଶ୍ବାସ(CPR) ଦେବା ପରେ ପକ୍ଷୀର ହୋସ ଚାଲି ଆସିଥିଲା। ଶେଷ ପର୍ଯ୍ୟନ୍ତ ବ୍ୟକ୍ତି ତାଙ୍କ ପ୍ରଚେଷ୍ଟା ଜାରି ରଖିଥିଲେ। କିଛି ସମୟ ପରେ ସେ ପକ୍ଷୀଠାରେ ଏୟାର କଂପ୍ରେସର ବ୍ୟବହାର କରିବାକୁ ବିଚାର କରିଥିଲେ। ସେ ସାବଧାନତାର ସହ ପକ୍ଷୀର ଥଣ୍ଟରେ ଏୟାର କଂପ୍ରେସର ଦେଇଥିଲେ। ଶେଷରେ କୁକାବୁରା ପକ୍ଷୀ ନିଜ ଡେଣା ମେଲା କରିଥିଲା ଏବଂ ଉଡ଼ିବା ପାଇଁ ପ୍ରସ୍ତୁତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.