କରୋନା ଭ୍ୟାକ୍ସିନ ଲଗାଉ ଲଗାଉ ବେହୋସ ହୋଇଗଲେ ବ୍ୟକ୍ତି, ଟିକାକରଣ କେନ୍ଦ୍ରରେ ଭୟରେ ଥରିଲେ ଲୋକେ

କରୋନା ଯୋଗୁ ଏବେ ସାରା ବିଶ୍ୱରେ ଟିକାକରଣ ଅଭିଯାନ ଚାଲିଛି। ଲୋକେ ଯେତେ ଜଲଦି ଟିକା ନେଇ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। କିନ୍ତୁ ଆମ ଭିତରେ ବି ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଟିକା ନେବାକୁ ଡରିଥାନ୍ତି। ସୋସିଆଲ ମିଡିଆରେ ଏବେ ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଖୁବ ଭାଇରଲ ହେଉଛି, ଯିଏ କରୋନା ଭ୍ୟାକ୍ସିନ ନେଉ ନେଉ ବିହୋସ ହୋଇଯାଉଛନ୍ତି।

ଏହି ଭାଇରଲ ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓଟି ବ୍ରାଜିଲର। ବ୍ରାଜିଲରେ ରହୁଥିବା ମ୍ୟାଗୁଇଲା ଜୁନିୟରଙ୍କୁ ଇଂଜେକସନ ଲଗାଇବାକୁ ବହୁତ ଡର ଲାଗିଥାଏ। ଯେତେବେଳେ ସେ ଟିକାକରଣ କେନ୍ଦ୍ରରେ ପହଞ୍ଚୁଛନ୍ତି, ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଉଛି। ପ୍ରବଳ ଭୟ ଯୋଗୁ ସେ ତଳେ ପଡିଯାଉଛନ୍ତି।

ତେବେ ଭିଡିଓଟି ଏତେ ମଜାଦାର ଯେ ଆପଣ ବି ନିଜ ହସ ରୋକି ପାରିବେ ନାହିଁ। ମ୍ୟାଗୁଇଲାଙ୍କ ସହିତ ତାଙ୍କ ସାଙ୍ଗ ମଧ୍ୟ ଭ୍ୟାକ୍ସିନେଶନ ସେଣ୍ଟର ଯାଇଥିଲେ। ସେ ଏହି ପୂରା ଘଟଣାକ୍ରମକୁ ନିଜ ଫୋନରେ ରେକର୍ଡ କରିଥିଲେ, ଯେମିତିକି, ମ୍ୟାଗୁଇଲାଙ୍କୁ ହୋସ ଆସିବା ପରେ ତାଙ୍କୁ ତାଙ୍କର କାରନାମା ଦେଖାଯାଇପାରିବ। ମ୍ୟାଗୁଇଲା ନିଜେ ଏହି ଭିଡିଓକୁ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଛନ୍ତି।

video courtesy: facebook/Maguila Júnior

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.