ସାବିତ୍ରୀ ବ୍ରତରେ ସତ୍ୟବାନଙ୍କୁ ଘରେ ବନାଇ ଖୁଆନ୍ତୁ “ଗୁଲାବ ଜାମୁନ”

ଭାରତର ସର୍ବପୁରାତନ ମିଠା ତାଲିକାରେ ସବୁଠୁ ଆଗ ଗୁଲାବ ଜାମୁନର ନାଁ ଆସେ । କୌଣସି ପର୍ବପର୍ବାଣି ହେଉ ଅବା ଘରକୁ କେହି ଜଣେ ଗେଷ୍ଟ ଆସିବାର ଥିଲେ ସବୁଠୁ ଆଗ ଗୁଲାବ  ଜାମୁନ ଖୋଜାପଡେ । ଚାହିଁଲେ ଆପଣ ଏହାକୁ ପ୍ରସ୍ତୁତ କରି ୧୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଆଜିର ପବିତ୍ର ସାବିତ୍ରୀ ବ୍ରତରେ ଏହି ଗୋଲାପ ଜାମୁନର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା । ଆଉ ଏଥିପାଇଁ ଆପଣଙ୍କୁ ମାତ୍ର ଅଧ ଘଣ୍ଟାରୁ ଘଂଟାଏ ସମୟ ଲାଗିବ ।

ଆବଶ୍ୟକ ହେଉଥିବା ସାମଗ୍ରୀ:

୧୦୦ ଗ୍ରାମ ଖୁଆ

ଗୋଟେ ବଡ ଚାମଚ ମଇଦା

ଗୋଟେ ଚୁଟକୀ ବେକିଙ୍ଗ ସୋଡା଼

ଘିଅ

ଦୁଇ କପ ଚିନି

କିଛି କ୍ଷୀର

ଗୁଜୁରାତି ଗୁଣ୍ଡ

୨ କପ ପାଣି

gulab jamun

ପ୍ରସ୍ତୁତି ପ୍ରଣାଳୀ:

ଗୋଟେ ପାତ୍ରରେ କିଛି ଖୁଆକୁ ଭଲ ଭାବରେ ଚକଟି ଦିଅନ୍ତୁ । ଧ୍ୟାନରେ ରଖିବେ ଯେମିତି ବିଣ୍ଡା ନ ବାନ୍ଧିବ ।

ଏବେ ଖୁଆରେ ବେକିଙ୍ଗ ସୋଡା଼ ଓ ମଇଦା ଦେଇ ଭଲ ଭାବରେ ଚକଟି ଦିଅନ୍ତୁ । ଯଦି ବେଶୀ ସୁଖା ସୁଖା ଲାଗିବ ତାହେଲେ ମଝିରେ ମଝିରେ ପାଣି ହାତ ଦିଅନ୍ତୁ | ଏବେ ଚକଟାକୁ ଛୋଟ ଛୋଟ ଗୁଳା କରି ଦିଅନ୍ତୁ ।

ଏବେ ଏକ ଗ୍ୟାସରେ ଏକ କଡେଇ ବସେଇ ଘିଅ ଗରମ କରନ୍ତୁ । ଖଣ୍ଡେ ବ୍ରେଡ ଦେଇ ଟେଷ୍ଟ କରନ୍ତୁକି ତେଲ ଠିକରେ ଗରମ ହୋଇଛିକି ନାହିଁ । ଆଉ ଏହା ପରେ ଵଲ ଗୁଡିକୁ ଗୋଲଡେନ ବ୍ରାଉନ ରଙ୍ଗ ହେବା ଯାଏଁ ଛାଣି ନିଅନ୍ତୁ ।

ସିରା ପ୍ରସ୍ତୁତ କରିବା ପାଇଁ ଆଉ ଏକ ପାତ୍ରରେ କିଛି ଚିନି ଓ ପାଣିକୁ ବସାନ୍ତୁ । ଚିନି ଭଲ ଭାବରେ ମିଶିବା ପର୍ଯ୍ୟନ୍ତ ଭଲ ଭାବରେ ମିଶାନ୍ତୁ । ସାମାନ୍ୟ ଗାଢ଼ ହେବା ପର୍ଯ୍ୟନ୍ତ ବସାନ୍ତୁ । ଏବେ ଏହି ଶିରାରେ କିଛି ଗୁଜୁରାତି ଗୁଣ୍ଡ ପକାନ୍ତୁ ।

ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଗୋଲବ ଜାମୁନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.