ଆଉ ନାହାନ୍ତି ଡିଙ୍ଗକୋ ସିଂହ, ବ୍ୟାଙ୍ଗକକ୍ ଏସିଆନ୍ସ ଗେମ୍ସରେ ଭାରତକୁ ଜିତାଇଥିଲେ ସ୍ବର୍ଣ୍ଣ ପଦକ

ଭାରତୀୟ ବକ୍ସିଂ ଜଗତର ଉଦିୟମାନ ଖେଳାଳି ଭାବେ ଜଣା ବକ୍ସର ଡିଙ୍ଗକୋ ସିଂହ ଆଉ ନାହାନ୍ତି । ଡିଙ୍ଗକୋ ବ୍ୟାଙ୍କକ୍ ଏସିଆନ୍ସ ଗେମ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଖବରରୁ ଜଣାଯାଇଛିଯେ ଡିଙ୍ଗକୋ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ୨୦୧୭ରୁ ତାଙ୍କର ଲିଭର୍ କ୍ୟାନସର ରୋଗର ଚିକିତ୍ସା ଚାଲି ଆସିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିବା ଜଣାଯାଇଛି । ଡିଙ୍ଗକୋଙ୍କ ପ୍ରକୃତ ଘର ହେଉଛି ମଣିପୁରର ଇମ୍ଫଲ ।

ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଡିଙ୍ଗକୋ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । କରୋନାକୁ ମାତ୍ ଦେବାରେ ସେ ସଫଳ ହୋଇଥିଲେ । ସେଥର ତାଙ୍କର ଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବିଲିୟାରୀ ସାଇନ୍ସେସ (ଆଇଏଲବିଏସ)ରେ ରେଡିଏସନ୍ ଥେରାପିରେ ଚିକିତ୍ସା କରାଯାଇଥିଲା।  ୧୯୯୮ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ୨୦୧୩ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର | କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁଙ୍କ ସମେତ ଅନେକ ଖେଳାଳି ଡିଙ୍ଗକୋଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କ୍ରୀଡ଼ା ମନ୍ତ୍ରୀ ରିଜିଜୁ ଟୁଇଟ୍ ଜରିଆରେ ଲେଖିଛନ୍ତିକି, ଡିଙ୍ଗକୋ ସିଂଙ୍କ ଦେହାନ୍ତରେ ମୁଁ ବହୁତ ଦୁଃଖି। ସେ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ବକ୍ସର। ଡିଙ୍ଗକୋ ୧୯୯୮ ବ୍ୟାଙ୍କକ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତରେ ବକ୍ସିକୁ ନୂଆ ପରିଚୟ ଦେଇଥିଲେ। ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.