ଡର ଭୟ କିଛି ନାହିଁ , ବିରାଟକାୟ ସିଂହ ସହ ଲୁଚକାଳି ଖେଳୁଛି କୁନି କଇଁଛ

ସିଂହର ଗର୍ଜନ ଶୁଣିଲେ କିଏ ବା ନ ଡରନ୍ତି । ବଳୁଆ ରୁ ବଳୁଆ ଲୋକଙ୍କର ବି ଝାଳ ବୋହିପଡ଼େ । ଜଙ୍ଗଲର ରାଜା ଭାବେ ଜଣା ସିଂହର ସାମ୍ନା  ସାହାସିକତାର ସହ କରିବା ବି ଏତେ  ସହଜ ନୁହେଁ । ମଣିଷ ହୁଅନ୍ତୁ ବା ପଶୁ ସମସ୍ତେ ସିଂହ ଠାରୁ ଯଥା ସମ୍ଭବ ଦୂରତା ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ନିକଟରେ ଭାଇରାଲ ହୋଇଥିବା  ଏହି କ୍ୟୁଟ ଭିଡିଓଟି ଦେଖିଲେ ସିଂହକୁ ନେଇ ଥିବା ଚିନ୍ତାଧାରା ନିଶ୍ଚିନ୍ତ  ରୂପେ ବଦଳି ଯିବ । ପ୍ରକୃତରେ ଏହି ଭିଡିଓଟି ହେଉଛି ସିଂହ ଓ ଛୋଟ କଇଁଛକୁ ନେଇ । ଛୋଟ କଇଁଛଟି ଯେ କେବଳ ବିରାଟକାୟ  ସିଂହର ସାମ୍ନା  କରିଛି  ତାହା ନୁହେଁ  ତାକୁ ସେହି ସ୍ଥାନ ଛାଡି ଯିବା ପାଇଁ ବାଧ୍ୟ କରିଛି । ହଁ ଏହି କଥାଟି ସମ୍ପୂର୍ଣ୍ଣ ରୂପେ ସତ । ବିଭିନ୍ନ ସୋସିଆଲ ସାଇଟରେ ଭାଇରାଲ ହେଉଥିବା ଭିଡିଓଟିକୁ ଯିଏ ଦେଖୁଛି ସେ କନଫ୍ୟୁଜ ହେଇ ଯାଉଛନ୍ତି । କିଛି ଲୋକ ଛୁଆ କଇଁଛ ଟିର ସାହାସିକତାକୁ ପ୍ରଶଂସା କରୁଛନ୍ତିତ କିଛି ଜଣ ସିଂହର ସ୍ୱଭାବକୁ ।

୩୦ ସେକେଣ୍ଡର ଏହି  କ୍ଲିପ ଟିରେ ଆପଣ ଦେଖିପାରିବେଯେ ଗୋଟେ ସିଂହ ଏକ ପୋଖରୀରୁ ପାଣି ପିଇବାରେ ଲାଗିଛି । ଅଚାନକ ସିଂହ ଟିର ନଜର ଏକ  ଛୋଟ ଜୀବଟି ଉପରେ ପଡୁଛି । ଯିଏକି ପହଁରି ପହଁରି ବାରମ୍ବାର ତା ମୁହଁ ପାଖକୁ ଆସୁଛି | ପରେ ଜଣାପଡିଥିଲାକି ଏହି ଛୋଟ ଜୀବଟି ହେଉଛି ଏକ କଇଁଛ । ଛୁଆ କଇଁଛଟି ବାରମ୍ବାର ସିଂହ ଟିକୁ ଚୁମିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସିଂହଟି ବାରମ୍ବାର ତାକୁ ଏଡାଇ ଚାଲିଛି । ଆଉ ଧୀରେ ଧୀରେ ସେହି ସ୍ଥାନରୁ ହଟି ମଧ୍ୟ ଯାଉଛି ।

ଏହି କ୍ଲିପଟିକୁ @Wild Captured ନାମକ ଏକ ଟ୍ୱିଟର ହ୍ୟାଣ୍ଡଲରୁ ସେୟାର କରାଯାଇଛି । ସେୟାର ହେବାର ଅଳ୍ପ କିଛି ସମୟ ଭିତରେ ଏହାକୁ 90 ହଜାରରୁ ଅଧିକ ଜଣ ଦେଖିସାରିଥିବା ବେଳେ ତିନି ହଜାରରୁ ଅଧିକ ଲାଇକ ମିଳିସାରିଲାଣି । ଏହା ସହ କୋଟି କୋଟି ୟୁଜର  ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.