ଅଜବ ଧରଣର ଆଡମିଶନ ପ୍ରକ୍ରିୟାକୁ ନେଇ ଚୀନର ନାନଜିଙ୍ଗ ୟୁନିଭର୍ସିଟିକୁ ଲୋକେ କଲେ ନିନ୍ଦା

ଚୀନର ଏକ ଟପ ୟୁନିଭର୍ସିଟିରୁ ବିବାଦୀୟ ଖବର ସାମ୍ନାକୁ ଆସିଛି । ଏହି ୟୁନିଭର୍ସିଟିରେ ପଢ଼ିବା ପାଇଁ ଏକ ଅଜବ ପ୍ରକାରର ବିଜ୍ଞାପନ ଦିଆଯାଇଛି। ଯାହାକୁ ନେଇ ଏବେ ଚାରିଆଡେ ନିନ୍ଦା କରାଯାଉଛି । ତେବେ ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ସର୍ମ୍ପର୍କରେ ।

ଚୀନର ନାନଜିଙ୍ଗ ନାମକ ୟୁନିର୍ଭସିଟିରୁ କିଛି ଦିନ ପୂର୍ବେ ଆଡମିଶନ ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହାକୁ ଚୀନର ସୋସିଆଲ ମିଡିଆ ଆପ ବାଇବୁରେ ଦିଆଯାଇଥିଲା । ଏଠାରେ ୬ଜଣ ଷ୍ଟୁଡେଣ୍ଟସଙ୍କୁ ଦେଖାଯାଇଥିଲା । ସେମାନେ ଭିନ୍ନ ଭିନ୍ନ ବୋର୍ଡ ଧରି ଠିଆ ହୋଇଥିଲେ ।

8987979
pc: aajtak

ଏଥିରେ ୨ ଜଣଙ୍କ ବୋର୍ଡରେ ଏମିତି କିଛି କ୍ୟାପସନ ଲେଖାଯାଇଥିଲା । ଯାହା ଝିଅଙ୍କ ପ୍ରତି ଅପମାନଜନକ ଥିଲା । ଅର୍ଥର୍ାତ ଏହି ୟୁନିର୍ଭସିଟିରେ ପଢ଼ିଲେ ଝିଅ ମାନଙ୍କ ସହ ରହିବା ପାଇଁ ଖୁଲମଖୁଲା ଅଫର ଦିଆଯାଉଛି । ଯେଉଁଥିପାଇଁ ଏହି ଖବର ଏବେ ବିବାଦ ଘେରକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.