Below header

ଗଲୱାନ ଘାଟି ଏବଂ ପେଙ୍ଗଙ୍ଗ୍ ରେ ବଢିଲା ଗତିବିଧି: ସଚେତନ ହେଲା ଭାରତୀୟ ସେନା

ଲଦାଖର ଗଲଓ୍ଵାନ ଘାଟିରେ ଆଲର୍ଟ ଭାରତୀୟ ସେନା । ଏଲଏସିରେ ସେନା ବଢ଼ାଇଛି ଗତିବିଧି । ବାସ୍ତବିକ ନିୟନ୍ତ୍ରଣ ରେଖାର ଆଖପାଖ ଅଞ୍ଚଳରେ କଡ଼ା ପଇଁତରା ମାରୁଛନ୍ତି ଯବାନ ।

ନୂଆଦିଲ୍ଲୀ : ଲଦାଖର ଗଲଓ୍ଵାନ ଘାଟିରେ ଆଲର୍ଟ ଭାରତୀୟ ସେନା । ଏଲଏସିରେ ସେନା ବଢ଼ାଇଛି ଗତିବିଧି । ବାସ୍ତବିକ ନିୟନ୍ତ୍ରଣ ରେଖାର ଆଖପାଖ ଅଞ୍ଚଳରେ କଡ଼ା ପଇଁତରା ମାରୁଛନ୍ତି ଯବାନ । ଘୋଡ଼ା ଓ ଖଚରରେ ବସି ସର୍ଭେ କରୁଛନ୍ତି ଯବାନ । ଗଲଓ୍ଵାନ ଘାଟିର ସ୍ଥିତି ସର୍ଭେ ଚାଲିଛି ।

ଏଥିସହ ପାଙ୍ଗଙ୍ଗ ସୁ ହ୍ରଦ ନିକଟରେ ମଧ୍ୟ ସଜାଗ ହୋଇ ରହିଛି ଭାରତୀୟ ସେନା । ସେଠାରେ ହାଫ୍‌ ମାରାଥନ୍‌ ଭଳି ଗତିବିଧି ବଢ଼ାଯାଇଛି । ଏହା ଆଗରୁ ଭାରତୀୟ ସେନା ଫଟୋ ଜାରି କରିଥିଲା, ଯେଉଁଥିରେ ଦେଖିବାକୁ ମିଳୁଛି ଜବାନମାନେ କ୍ରିକେଟ୍ ଖେଳୁଛନ୍ତି । ତେବେ କେଉଁ ଅଞ୍ଚଳରେ କ୍ରିକେଟ୍ ଖେଳ ହେଉଛିି ତାହା ଭାରତୀୟ ସେନା ସ୍ପଷ୍ଟ କରିନାହିଁ । ତେବେ ଏହା ୧୪ ନମ୍ବର ପାଟ୍ରୋଲିଂ ପଏଣ୍ଟ ଠାରୁ ୪ କିଲୋମିଟର ଦୂରରେ ବୋଲି ଜଣା ପଡୁଛି ।

ଭାରତ ଓ ଚୀନ୍‌ ଭିତରେ ଦୀର୍ଘ ଦଶନ୍ଧି ଧରି ଲାଗି ରହିଛି ସୀମା ବିବାଦ । ୨୦୨୦ରେ ଗଲଓ୍ଵାନ ଘାଟି ସଂଘର୍ଷ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ୍‌ ସେନା । ସଂଘର୍ଷରେ ୨୦ ଜଣ ଯବାନ ସହିଦ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.