ସ୍ମୃତି ଇରାନୀଙ୍କ ସହିତ ଖେଚୁଡି ରାନ୍ଧି ବିଲ୍‌ ଗେଟସ୍‌ ଲଗାଇଲେ ତଡକା, ଭିଡିଓ ଭାଇରଲ

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟସ୍‌ ଫାଉଣ୍ଡେସନ ଇଣ୍ଡିଆର ଚେୟାରପର୍ସନ ବିଲ୍‌ ଗେଟସ ସ୍ମୃତି ଇରାନୀଙ୍କ ସହିତ ଖେଚୁଡି ରାନ୍ଧୁଥିବା ଏକ ଭିଡିଓରେ ନଜର ଆସିଛନ୍ତି । ଆଉ ବିଲ୍‌ ଗେଟସ ଖେଚୁଡିରେ କରୁଥିବା ଛୁଙ୍କକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି ।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟସ୍‌ ଫାଉଣ୍ଡେସନ ଇଣ୍ଡିଆର ଚେୟାରପର୍ସନ ବିଲ୍‌ ଗେଟସ ସ୍ମୃତି ଇରାନୀଙ୍କ ଖେଚୁଡି ରାନ୍ଧୁଥିବା ଏକ ଭିଡିଓରେ ନଜର ଆସିଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଏକ ଇଭେଣ୍ଟକୁ ବିଲ୍‌ ଗେଟସ୍‌ ଆସିଥିଲେ । ଆଉ ସେଠାରେ ‘ନରିସମେଣ୍ଟ କ୍ୟାମ୍ପେନ’ରେ ଅଂଶଗ୍ରହଣ କରିଥିଲେ । ଯାହାର ଭିଡିଓ ଏବେ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସ୍ମୃତି ଟ୍ଵିଟରରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ସ୍ମୃତି ଏବଂ ବିଲ୍‌ ଗେଟସ ସହିତ ଖେଚୁଡି ରାନ୍ଧୁଛନ୍ତି । ଏହି ଭିଡିଓକୁ ପୋଷ୍ଟ କରି ସ୍ମୃତି କ୍ୟାପସନରେ ଲେଖିଛନ୍ତି, ‘ଭାରତର ସୁପରଫୁଡ ଏବଂ ପୋଷକ ତତ୍ତ୍ୱ ପାଇଁ ବେଶ ପରିଚିତ ଖେଚୁଡି’ । ଆଉ ବିଲ୍‌ ଗେଟସ ଖେଚୁଡିରେ କରୁଥିବା ଛୁଙ୍କକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଲୋକେ ଏହାକୁ ପ୍ରଶଂସା କରିବାରେ ଲାଗିଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସ୍ମୃତି ଇରାନୀ ବିଜେପି ନେତା ହେବା ପୂର୍ବରୁ ଲୋକପ୍ରିୟ ଟିଭି ସିରିଅଲ ‘କୁଁ୍ୟ କି ଶାଶ୍‌ କି କଭି ବୋହୂ ଥୀ’ରେ ତୁଳସୀ ଭାବେ ନଜର ଆସିଥିଲେ । ତୁଳସୀ ଚରିତ୍ରରେ ପ୍ରତିଟି ଘରେ ଘରେ ପରିଚିତି ଲାଭ କରିଥିଲେ ସ୍ମୃତି ଇରାନୀ । ଟିଭି ଜଗତରୁ ଦୂରେଇ ରାଜନୀତିରେ ପାଦ ରଖିଥିଲେ । ସ୍ମୃତି ଏବେ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟରତ ।

ଏହାଛଡା ସ୍ମୃତି ୧୯୯୮ ମିସ୍‌ ଇଣ୍ଡିଆରେ ପ୍ରତିଯୋଗୀ ଭାବେ ନଜର ଆସିଛନ୍ତି । କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥୀ, ଆତିଶ, ହମ ହେ କଲ ଆଜ ଔର କଲ, ରାମାୟଣ, ବିରୁଦ୍ଧ, ଥୋଡି ସି ଜମିନ ଥୋଡା ସା ଆସମାନ ଭଳି ଟିଭି ସିରିଅଲରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.