ମୁକେଶ ଅମ୍ବାନୀଙ୍କ ଡ୍ରାଇଭରର ମାସିକ ପ୍ୟାକେଜ୍ ବିଷୟରେ ଜାଣିଛନ୍ତି? ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୁଏ । ସେହିଭଳି ଏକ ଭିଡିଓ ଭାଇରାଲ୍ ହୋଇଥିଲା ୨୦୧୭ ମସିହାରେ। ଯାହା ମୋବାଇଲରୁ ମୋବାଇଲକୁ  ଘୂରି ବୁଲୁଥିଲା । ଯେଉଁଥିରେ ମୁକେଶ ଅମ୍ବାନୀଙ୍କର ଏକ ଡ୍ରାଇଭର ସେମାନଙ୍କ ମାସିକ ପ୍ୟାକେଜ୍ ବିଷୟରେ ପ୍ରକାଶ କରିଥିଲେ

ମୁମ୍ବାଇ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୁଏ । ସେହିଭଳି ଏକ ଭିଡିଓ ଭାଇରାଲ୍ ହୋଇଥିଲା ୨୦୧୭ ମସିହାରେ। ଯାହା ମୋବାଇଲରୁ ମୋବାଇଲକୁ  ଘୂରି ବୁଲୁଥିଲା । ଯେଉଁଥିରେ ମୁକେଶ ଅମ୍ବାନୀଙ୍କର ଏକ ଡ୍ରାଇଭର ସେମାନଙ୍କ ମାସିକ ପ୍ୟାକେଜ୍ ବିଷୟରେ ପ୍ରକାଶ କରିଥିଲେ। ୨ ଲକ୍ଷ ଟଙ୍କା ପ୍ରତି ମାସକୁ ପାଉଥିବାବେଳେ, ୨୦୧୭ ରେ ରିଲାଏନ୍ସ ମାଲିକଙ୍କ ବ୍ୟକ୍ତିଗତ ଡ୍ରାଇଭରର ବାର୍ଷିକ CTC ଅତି କମରେ ୨୪ LPA ଥିଲା। ତାହାହେଲେ ୨୦୨୩ ରେ ଏହି ଦରମା କେତେ ହୋଇପାରେ, ଭାବିଲେ ଆଶ୍ଚର୍ଯ୍ୟ ଲାଗିବାଟା ସ୍ବଭାବିକ ।

ଅମ୍ବାନୀ ବଂଶ ପାଇଁ ଡ୍ରାଇଭରମାନଙ୍କର କାମ ଏତେ ସହଜ ନଥାଏ। ସେମାନଙ୍କୁ ଏକ ଘରୋଇ ଚୁକ୍ତିଭିତ୍ତିକ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଆଯାଏ। ଅମ୍ବାନୀଙ୍କ ବଙ୍ଗଳା ଆଣ୍ଟିଲିଆରେ ପାଦ ଦେବା ପୂର୍ବରୁ, ଡ୍ରାଇଭିଂ କର୍ମଚାରୀମାନେ ଅମ୍ବାନୀ ଘରର ବିଳାସପୂର୍ଣ୍ଣ ଜୀବନଶୈଳୀ ସହିତ ଚଳିବା ପାଇଁ ଉଚିତ୍ ତାଲିମ ଗ୍ରହଣ କରିଥାନ୍ତି।

ସେମାନେ ସମସ୍ତ ପ୍ରକାରର ବାଣିଜ୍ୟିକ ଏବଂ ବିଳାସପୂର୍ଣ୍ଣ ଗାଡି ଉପରେ ସ୍ବତନ୍ତ୍ର ତାଲିମ ଦ୍ବାରା ଜ୍ଞାନ ଆହରଣ କରିଥାନ୍ତି। ସୁରକ୍ଷାରକୁ ନଜରରେ ରଖି ବୁଲେଟ୍ ପ୍ରୁଫ୍ ଗାଡିରେ ଅମ୍ବାନୀ ପରିବାର ଯାତାୟତ କରନ୍ତି। ଅମ୍ବାନୀ ପରିବାର ପାଇଁ କୁଶଳୀ ଡ୍ରାଇଭରଙ୍କ ପାଇଁ କେଉଁ ଏଜେନ୍ସି ନିଯୁକ୍ତ ଦିଏ ତାହା ଉପରେ କୌଣସି ସରକାରୀ ବିବୃତ୍ତି ନାହିଁ। ଡ୍ରାଇଭରମାନଙ୍କର ବ୍ୟକ୍ତିଗତ ବିବରଣୀ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ।

ତେବେ ଡ୍ରାଇଭରଙ୍କ ମାସିକ ୨ ଲକ୍ଷ ଟଙ୍କା ବେତନର ସତ୍ୟାସତା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତଥାପି, କଳ୍ପନା କରାଯାଏ କି, ୨୭ ମହଲା ଆଣ୍ଟିଲିଆରେ ରହୁଥିବା ଅମ୍ବାନୀଙ୍କ ପରି ଧନୀ ଆରବପତି ସେମାନଙ୍କ କର୍ମଚାରୀଙ୍କୁ କୌଣସି ବିଳାସପୂର୍ଣ୍ଣ ସୁବିଧା ଦେବାରେ ହେଳାକରିନଥିବେ।

ଖବର ଅନୁଯାୟୀ, ଏଠାରେ ଚାକିରି କରୁଥିବା ରୋଷେୟା, ଗାର୍ଡ ଏବଂ ହାଉସକିପିଙ୍ଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅନ୍ଯ କର୍ମଚାରୀଙ୍କ ପାଇଁ ଭତ୍ତା ଏବଂ ବୀମାର ବ୍ଯବସ୍ଥା ରହିଛି। ଏହା ବ୍ୟତୀତ ଦୁନିଆର କେତେକ ବିଳାସପୂର୍ଣ୍ଣ କାର୍ ବ୍ଯତିତ ଆମ୍ବାନିଙ୍କର ବ୍ୟକ୍ତିଗତ ଜେଟ୍ ଏବଂ ଏକ ସୁପର ୟାଟ୍ ଅଛି। ଭଲ ବେତନ ପ୍ରାପ୍ତ କର୍ମଚାରୀଙ୍କ ସହିତ ଏକ ବିଶାଳ ସାମ୍ରାଜ୍ୟ ରହିଛି।

You might also like