ସମ୍ପର୍କରେ କଳଙ୍କ: ୧୨ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପ କୋର୍ଟ ଚାଲାଣ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଘଟିଛି ଏକ ଲଜ୍ୟାକର ଘଟଣା । ନିଜ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଗିରଫ।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଘଟିଛି ଏକ ଲଜ୍ୟାକର ଘଟଣା । ନିଜ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଅଭିଯୁକ୍ତ ୫ ମାସ ତଳେ ସ୍ତ୍ରୀ ଓ ଝିଅକୁ ନେଇ କେରଳ କାମ କରିବାକୁ ଯାଇଥିଲା। ସେଠାରେ ଏକ ମାସ ରହିବା ପରେ ଝିଅକୁ ଦୁଷ୍କର୍ମ କରିବା କଥା ପତ୍ନୀ ଜାଣିପାରି ଘରକୁ ଚାଲି ଆସିଥିଲେ। ହେଲେ ଏକଥା କାହା ଆଗରେ ପ୍ରକାଶ କରିନଥିଲେ।

ଗତ ୭ ଦିନ ତଳେ ଅଭିଯୁକ୍ତ କେରଳରୁ ଫେରି ଘରକୁ ଆସି ପୁଣି ଝିଅକୁ ଦୁଷ୍କର୍ମ କରିଥିଲା। ଏନେଇ ସଂପୃକ୍ତ ନାବାଳିକା ଝିଅ ଜଣକ ଓ ତାଙ୍କ ମା ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲା। ଉଭୟଙ୍କ ଡାକ୍ତରରୀମାଇନା କରାଯାଇଛି। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.