Below header

କିଏ ହେବ ଏ ମା’କୁ ସାହା: ବାଲେଶ୍ବର ଜିଲ୍ଲା ରଣସାହି ଗାଁର ସୁକାନ୍ତି ବେହେରା, ଚିକିତ୍ସା ପାଇଁ ଅର୍ଥ ଅଭାବ

ଦୁଃଖ କଷ୍ଟରେ ଛୁଆ ମାନଙ୍କୁ ବଡ ମଣିଷ କଲେ । ହେଲେ ପୁଅ ବାହାଘର ପରେ ସ୍ତ୍ରୀ କୁ ନେଇ ଅଲଗା ହୋଇଗଲା । ଏବେ କ୍ଯାନସର ରୋଗରେ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲା ରଣସାହି ଗାଁ ର ସୁକାନ୍ତି ବେହେରା। ଚିକିତ୍ସା ପାଇଁ ଅର୍ଥର ଅଭାବ।

ବାଲେଶ୍ବର: ତ୍ଯାଗର ଅନ୍ଯ ନା ମା। ଗୋଟେ ମା ତା ଛୁଆ ପାଇଁ ସବୁ କିଛି କରିପାରେ। ଖାଲି ଆଶା ଥାଏ ଜୀବନର ଶେଷ ସମୟରେ ଯେମିତି ସେ ତା ପିଲାମାନଙ୍କୁ ଟିକେ ଦେଖିପାରୁଥିବ। ତେବେ ଆଜିର ଏ ମା’ ଆଖିର ଲୁହ ବଖାଣୁଛି ତା କଷ୍ଟକୁ । ଛୁଆ ମାନେ ଛୋଟ ଛୋଟ ହୋଇଥିଲେ ସ୍ୱାମୀ ଆଉ କାହା ହାତଧରି ଚାଲିଗଲେ। ଦୁଃଖ କଷ୍ଟରେ ଛୁଆ ମାନଙ୍କୁ ବଡ ମଣିଷ କଲେ । ହେଲେ ପୁଅ ମଧ୍ୟ ବାହାଘର ପରେ ସ୍ତ୍ରୀ କୁ ନେଇ ଅଲଗା ହୋଇଗଲା । ଏବେ ଏ ମାଟିର ସାହା ଭରଷା କହିଲେ କେହି ନାହିଁ। ତାଉପରେ ଦଇବ ଦେଲା ଆହୁରି କଷଣ। ଏବେ ସେ କ୍ଯାନସର ରୋଗରେ ଆକ୍ରାନ୍ତ। ଏଣେ ରୋଗ କଷ୍ଟ ଠାରୁ ବଢ଼ି ଯାଇଛି ଚିକିତ୍ସା ଖର୍ଚ୍ଚ । ଜୀବନ ବଞ୍ଚାଇବାକୁ ଏବେ ସାହା ଭରଷା କେବଳ ଲୋକଙ୍କ ଅନୁଦାନ । ଏହେଉଛି ବାଲେଶ୍ବର ଜିଲ୍ଲା ରଣସାହି ଗାଁ ର ସୁକାନ୍ତି ବେହେରାଙ୍କ କଥା।

ମୁଣ୍ଡ ଉପରେ ଭଲ ଛାତ ଟିଏ ନାହିଁ । ହେଲେ ଦୁଃଖ ପାହାଡ ମୁଣ୍ଡ ଉପରେ ଲଦି ହୋଇଯାଉଛି । ଯାହାର ହାତ ଧରି ବାହା ହୋଇଥିଲେ ସେ ହାତ ଛାଡ଼ି ଆଉ କାହା ହାତ ଧରି ଚାଲିଗଲେ । ଦୁଃଖ କଷ୍ଟରେ ପୁଅ ଓ ଝିଅ କୁ ବଡ କଲେ, ମଣିଷ କଲି । ସମସ୍ତଙ୍କୁ ବିବାହ କଲେ। ହେଲେ ଗୋଟିଏ ବୋଲି ପୁଅ ମଧ୍ୟ ଅଲଗା କରି ଦେଲା । ଶେଷ ସମୟରେ ଝିଅ କୁ ଆଣି ପାଖରେ ରଖିଛନ୍ତି । ସେମାନେ ବି ମଜୁରିଆ ଯାହା ଉପାର୍ଜନ କରୁଛନ୍ତି, ସେମାନଙ୍କୁ ଭଲରେ ଅଣ୍ଟୁ ନଥିବାବେଳେ ତାଙ୍କ କ୍ଯାନସର ରୋଗରେ ଚିକିତ୍ସା କେମିତି ବା କରିବେ। ଯାହା ଫଳରେ ନିଜର କଷ୍ଟ କୁ ସାଥୀ କରି ଆଉ ଆଖିର ଲୁହ କୁ ପିଇ ପିଇ ବଞ୍ଚିଛନ୍ତି ସୁକାନ୍ତି । ସୁକାନ୍ତି ଆଜି କୁ ଛଅ ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଛନ୍ତି। ଏବେ ସମସ୍ଯା ହେଲା ରୋଗର ଚିକିତ୍ସା ସହିତ ମେଡିକାଲ ଓୖଷଧ ଖର୍ଚ୍ଚ ବାବଦକୁ ଅର୍ଥ ନିଅଣ୍ଟ।

house

କଥାରେ ଅଛି ଦୁଃଖ ଯେତେବେଳେ ଆସେ ତାର ବନ୍ଧୁ ବାନ୍ଧବକୁ ନେଇ ଆସେ । ଯେପରି ଗରିବଙ୍କୁ ,ଆଉ ଅସହାୟ ଙ୍କୁ ଖୋଜି ଖୋଜି କଷ୍ଟ ଦିଏ । ଆଉ ସେଥିରୁ ବା କିଭଳି ବର୍ତ୍ତି ଥାଆନ୍ତେ ସୁକାନ୍ତି । ସୁକାନ୍ତି ଅଧିକ ସମୟ ବିଛଣାରେ ଦିନ କାଟୁଥିବା ବେଳେ କେତେବେଳେ ଭଲ ଲାଗିଲେ ବିଛଣାରୁ ଉଠି ଖାଲି ଲୁହ ଗଡାଇବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ଆଉ ଏହି ଭଙ୍ଗା ଝାଟି ମାଟି କୁଡିଆ ଘରେ ବିତୁଛି ସୁକାନ୍ତିଙ୍କ ଜୀବନ। ଗୋଟିଏ ଓଳି ଚୁଲି ଜଳୁଛି ତ ଆଉ ଗୋଟିଏ ଓଳି ଭୋକିଲା ରହିବାକୁ ପଡୁଛି। ବହୁତ ଅଭାବ ଅନାଟନ ଭିତରେ ବିତୁଛି ସୁକାନ୍ତି ଙ୍କର ଜୀବନ।

ଯେଉଁ ବୟସରେ ବୋହୂ ହାତ ରନ୍ଧା ଓ ସୁଖରେ ବଞ୍ଚିବା କଥା ସେହି ବୟସରେ ଜୀବନ ଓ ରୋଗ ସହ ଯୁଝି ହେଉଛନ୍ତି। କ୍ଯାନ୍ସର ରୋଗ ଏତେ ଯନ୍ତ୍ରଣା ମୟ ହୋଇଛି ଯେ ଛଟ ପଟ ହୋଇ ଖାଲି ମୃତ୍ୟୁକୁ ଅପେକ୍ଷା କରିଛନ୍ତି ସୁକାନ୍ତି। ଏତେ ବଡ ରୋଗର ଚିକିତ୍ସା ପାଈଁ କିଏ ହେବ ତାଙ୍କର ସାହା ଭରସା ଆଉ କିଏ ଦେବ ଅର୍ଥ । ସମୟ ଯେତେ ଗଡୁଛି ରୋଗ ଯନ୍ତ୍ରଣା ମଧ୍ୟ ସେତେ ବଢୁଛି । ଭାଗ୍ଯ ଯେମିତି ତାଙ୍କ ପାଇଁ ନିଷ୍ଠୁର ପାଲଟି ଯାଇଛି । ଆଜି ଯଦି ତାଙ୍କ ପାଖରେ ପୁଅଟି ଥାଆନ୍ତା ତାହେଲେ ତାଙ୍କ ର କେହି ଜଣେ ସାହା ବୋଲି ଥାନ୍ତା । ହେଲେ ସମୟ ବଡ ବିଚିତ୍ର ସୁକାନ୍ତିଙ୍କର ଏହି ଦୁଃଖ ଦେଖି ସହ୍ଯ କରିପାରିଲେନି ଝିଅ। ଏବେ ମାଆକୁ ଭଲ କରିବା ପାଇଁ ଆଗେଇ ଆସିଛନ୍ତି ଝିଅ-ଜ୍ଵାଇଁ। ସୁକାନ୍ତିଙ୍କ ଝିଅ-ଜ୍ଵାଇଁ ଛଡା ଆଉ କେହି ସାହାରା ନାହାନ୍ତି।

ଏତେବଡ଼ ଦୁନିଆରେ ଏବେ ଏତେବଡ଼ ରୋଗ ପାଇଁ ଏତେ ଟଙ୍କା ଆଣିବେ କୋଉଠି କିଏ କରିବ ସାହାର୍ଯ୍ଯ । ତେଣୁ ଯଦି କେହି ସ ହୃଦୟ ବ୍ଯକ୍ତି ସୁକାନ୍ତିଙ୍କୁ ସାହାଯ୍ଯ କରିବାକୁ ଚାହୁଁଛନ୍ତି ତେବେ ସୁକାନ୍ତି ବେହେରାଙ୍କର ଫୋନ୍‌ ପେ ଓ ଗୁଗୁଲ ପେ ନମ୍ବର 9178547208 ରେ ଯୋଗାଯୋଗ କରି ଆର୍ଥିକ ସହାୟତା ପଠାଇ ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.