Below header

‘ମୋ ସ୍ତ୍ରୀ ତୋ ସହିତ ଫେରାର ହୋଇଗଲା, ଏବେ ମୁଁ ତୋ ସ୍ତ୍ରୀକୁ ବାହାହେବି’ ଏଭଳି ପ୍ରତିଶୋଧ ନେଲେ ଯୁବକ

ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହିତ ଫେରାର ହେବା ପରେ ସ୍ୱାମୀ ନେଲେ ଏଭଳି ପ୍ରତିଶୋଧ । ଫେରାର କରି ନେଇଥିବା ଯୁବକଙ୍କ ପତ୍ନୀଙ୍କ ବାହାହେଲେ ଫେରାର ଥିବା ସ୍ତ୍ରୀଙ୍କ ସ୍ୱାମୀ । ବିହାର ଖଗାରିଆରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ଫେରାର ହୋଇଗଲା, ଆଉ ପ୍ରତିଶୋଧ ନେବା ପାଇଁ ସ୍ୱାମୀ ଆପଣାଇଛନ୍ତି ଅଜବ ତରିକା । ପତ୍ନୀ ଯେଉଁ ଯୁବକଙ୍କ ସହିତ ଫେରାର ହୋଇଥିଲେ, ତାଙ୍କ ପତ୍ନୀକୁ ବିବାହ କରିଛନ୍ତି ଫେରାର ହୋଇଥିବା ମହିଳାଙ୍କ ସ୍ୱାମୀ । ଏହି ଘଟଣା ବିହାରର ଖଗାରିଆ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ବିବାହିତ ମହିଳା ଜଣକ ଅନ୍ୟ ଜଣେ ପୁରୁଷ ସହିତ ଫେରାର ହୋଇଯିବା ପରେ ତାଙ୍କ ସ୍ତ୍ରୀକୁ ବିବାହ କରିଛନ୍ତି ଫେରାର ଥିବା ମହିଳାଙ୍କ ସ୍ୱାମୀ । ଫେରାର ହୋଇଯାଇଥିବା ମହିଳାଙ୍କ ନାଁ ରୁବି ଦେବୀ। ୨୦୦୯ରେ ସେ ନୀରଜ ନାମଙ୍କ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେମାନଙ୍କର ୪ଟି ପିଲା ମଧ୍ୟ ରହିଛନ୍ତି। ତେବେ ବାହାଘରର କିଛି ବର୍ଷ ପରେ ନୀରଜ ଜାଣିବାକୁ ପାଇଥିଲେ ଯେ ରୁବି ଙ୍କ ସମ୍ପର୍କ ମୁକେଶ ନାମ ଜଣେ ବ୍ୟକ୍ତିଙ୍କ ସହ ରହିଛି।

୨୦୨୨ ଫେବୃଆରୀରେ ମୁକେଶ ଓ ରୁବି ପରସ୍ପରକୁ ବିବାହ କରିଥିଲେ। ଏକଥା ଜାଣିବା ପରେ ନୀରଜ ପୋଲିସରେ ଅଭିଯୋଗ କରିବା ସହ ମୁକେଶଙ୍କ ତାଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଥିବା କହିଥିଲେ। ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ, ମୁକେଣ ଓ ରୁବିଙ୍କ ମଧ୍ୟରେ ଥିବା ସମ୍ପର୍କର ସମାଧାନ କରିବାକୁ ଗ୍ରାମପଞ୍ଚାୟତ ବସିଥିଲା। ହେଲେ ପଞ୍ଚାୟତ ନେଇଥିବା ନିଷ୍ପତ୍ତିକୁ ମୁକେଶ ମାନିବାକୁ ରାଜି ହୋଇ ନଥିଲେ। ସେ ଫେରାର ହୋଇଯାଇଥିଲେ।

ମୁକେଶ ମଧ୍ୟ ବିବାହିତ ଓ ତାଙ୍କର ଦୁଇଟି ପିଲା ରହିଛନ୍ତି। ମୁକେଶ ଯେହେତୁ ରୁବିଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲେ, ଏହାର ପ୍ରତିଶୋଧ ନେବାକୁ ନୀରଜ ଯୋଜନା କରିଥିଲେ। ଯୋଜନା ଅନୁସାରେ ସେ ମଧ୍ୟ ମୁକେଶଙ୍କ ପତ୍ନୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ଆରମ୍ଭ କରିଥିଲେ।

ଶେଷରେ ନୀରଜ ଓ ମୁକେଶଙ୍କ ପତ୍ନୀ ରୁବି ପରସ୍ପରକୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୩ ଫେବୃଆରୀ ୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ନୀରଜ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗାଁରେ ରହୁଛନ୍ତି। ହେଲେ ମୁକେଶ ଓ ନୀରଜଙ୍କ ପୂର୍ବତନ ପତ୍ନୀ ରୁବି ଗାଁରୁ ଫେରାର ହୋଇଯାଇଛନ୍ତି। ଘଟଣାଟି ସାମ୍ନାକୁ ଆସିବା ପରେ ଏବେ ଭାଇରଲ ହେବାରେ ଲାଗିଛି ।

ତେବେ ଏଭଳି ବିବାହ ଦେଖି ଲୋକେ ସୋସିଆଲ ମିଡିଆରେ ମିମ୍ସ କରୁଛନ୍ତି । ଇଣ୍ଟରନେଟରେ ବିଭିନ୍ନ ପ୍ରକାରର ମଜାଳିଆ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.