Below header

ପୁଅ ବାହାଘର ପାଇଁ ଗୁଆ ଦେବା ପାଇଁ ଯାଉଥିଲେ, ବସ୍ ଧକ୍କାରେ ବାପା ମୃତ

ପୁଅର ବାହାଘର ଦେଖିବା ଆଗରୁ ଦୁର୍ଘଟଣା ପ୍ରାଣ ହରାଇଲା ବାପା ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୂଣା ଟୋଲ ଗେଟ ନିକଟରେ।

ଚୌଦ୍ୱାର (କେନ୍ୟୁଜ): ଆଉ ଦିନ କେଇଟା ଯାଇଥିଲେ ପୁଅ ବାହାଘର ହୋଇଥାନ୍ତା । ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ପୁଅର ବାହାଘର ଦେଖିବା ଆଗରୁ ଦୁର୍ଘଟଣା ପ୍ରାଣ ହରାଇଲା ବାପା ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୂଣା ଟୋଲ ଗେଟ ନିକଟରେ।

ସରକାରୀ ବସ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ଭାପୁର ଅଞ୍ଚଳର ଇନ୍ଦ୍ରମଣି ପ୍ରଧାନ ବୋଲି ଜଣାପଡିଛି। ସେ ତାଙ୍କ ପୁଅର ବିଭାଘର କାର୍ଡ ଓ ଗୁଆ ନେଇ ବନ୍ଧୁ ଘରକୁ ଆସୁଥିଲେ। ଏହି ସମୟରେ ପୂରୁଣା ଟୋଲ ଗେଟ ନିକଟରେ ସରକାରୀ ବସ କଟକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ଇନ୍ଦ୍ରମଣି ରାସ୍ତା ପାରି ହେଉଥିବା ସମୟରେ ବସ ଟି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇଁ ରାଜପଥ ପୁଲିସ ପହଞ୍ଚି ଶବ ଟିକୁ ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.