Below header

ଦେଶରେ ୩୦ ଲକ୍ଷ ଛୁଇଁଲା କରୋନା ସଂକ୍ରମିତ ସଂଖ୍ୟା, ୨୪ ଘଣ୍ଟାରେ ୯୧୨ ମୃତ

ଦେଶରେ ୩୦ ଲକ୍ଷ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା ।  ୩ ମିଲିୟନ ପଜିଟିଭ କେଶ ପାର୍‌ କରିବାରେ ବିଶ୍ୱରେ ଭାରତ ହେଉଛି ତୃତୀୟ ଦେଶ । ପ୍ରତ୍ୟେକ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା । ମୋଟ ରୂପେ ଦେଖିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୯୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ମୃତକଙ୍କ ସଂଖ୍ୟା ୫୬ ହଜାର ୭୦୬ରେ ପହଁଞ୍ଚିଛି । ଦେଶରେ ଆକ୍ଟିଭ କେସ୍‌ ୭ ଲକ୍ଷ ୭ ହଜାର ୬୬୮ ରହିଥିବା ବେଳେ, ୨୨ ଲକ୍ଷ ୮୦ ହଜାର ୫୬୬ ଜଣ ସୁସ୍ଥ ହୋଇଛନ୍ତି ।

ବିଶ୍ୱର ମୋଟ ଆକ୍ରାନ୍ତ ତାଲିକାରେ ଆମୋରିକା ପ୍ରଥମରେ ରହିଥିବା ବେଳେ, ଦ୍ୱିତୀୟରେ ବ୍ରାଜିଲ , ତୃତୀୟରେ ରହିଛି ଭାରତ । ଗତ ୧୬ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨୦ ଲକ୍ଷ ଥିଲା । ସେପଟେ ଶେଷରେ ସୁସ୍ଥତା ହାର ବଢି ୭୪.୯୦ ରେ ପହଂଚିଛି । କିନ୍ତୁ ଖୁସିର କଥାଯେ, ମୃତ୍ୟୁ ହାର ହ୍ରାସ ପାଇ ୧.୮୬ ପ୍ରତିଶତରେ ପହଂଚିଛି । ଯେବେକି ୨୩.୨୪ ପ୍ରତିଶତ ରୋଗୀଙ୍କର ଏବେ ବି ଚିକିତ୍ସା ଚାଲିଛି । ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୨ ସୁଦ୍ଧା ପ୍ରାୟ ୩୫,୨୯,୨୨୨୦ ମାମଲାର ଯାଞ୍ଚ ସାରିଲାଣି । କେବଳ ଶନିବାର ହିଁ ୮,୦୧,୧୪୭ ନମୁନା ଯାଞ୍ଚ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.