Below header

ବିଦେଶ ଯିବାରେ ବାଧକ ସାଜିଲା ଇଡି: ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଟକ

କେନ୍ୟୁଜ୍(ବ୍ୟୁରୋ):  ବିଦେଶ ଯିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଟକ । କିଛି ସମୟ ଅଟକ ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ଜାକ୍‌ଲିନ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ଇଡି । ୨୦୦ କୋଟି ଆଦାୟ ମାମଲାରେ ତାଙ୍କ ବିରୋଧରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିମାନ ଚଢ଼ିବାକୁ ଯାଉଥିବା ବେଳେ ଜାକଲିନ୍‌ଙ୍କୁ ଅଟକ ରଖି ଲୁକ ଆଉଟ୍‌ ନୋଟିସ୍‌ ସଂପର୍କରେ ଜଣାଇଥିଲେ କର୍ତ୍ତୃପକ୍ଷ । ଇଡିକୁ ମଧ୍ୟ ଅଟକ ସଂପର୍କରେ ସୂଚନା ଦିଆଯାଇଛି।

ଜାକ୍‌ଲିନ୍‌ଙ୍କୁ ଦିଲ୍ଲୀକୁ ଅଣାଯିବ । ସେଠାରେ ତାଙ୍କୁ ପଚରାଉଚରା କରିବ ଇଡି । ଏହା ପୂର୍ବରୁ ଇଡି ଦୁଇ ଥର ତାଙ୍କ ବୟାନ ରେକର୍ଡ କରିଛି। ଜାକିଲିନ୍‌ ଦୁବାଇ ଯାଇଥାନ୍ତେ । କୌଣସି ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଥିଲେ ସେ ଦେଶ ଛାଡ଼ି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.