ଦେଶରେ ମାଡି ଚାଲିଛି ଓମିକ୍ରନ୍‌ ଭାରିଆଣ୍ଟ, ଗୋଟିଏ ଦିନରେ ୧୬ କେସ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ମାଡି ଚାଲିଛି ଓମିକ୍ରନ୍‌ ଭାରିଆଣ୍ଟ କେସ୍‌ । ଆଜି ଆସିଛି ଆଉ ୧୬ କେସ । ରାଜସ୍ଥାନ ଜୟପୁରରୁ ୯ ଜଣଙ୍କ ଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ସେହିପରି ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିବା ୩୭ ବୟସ ବୟସ୍କଙ୍କ ପାଖରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏପଟେ ମହାରାଷ୍ଟ୍ରରେ ବି ମାମଲା ବଢୁଛି । ଆସିଛି ଆଉ ୭ କେସ୍‌ । ଏମାନଙ୍କ ମଧ୍ୟରୁ ୪ ଜଣ ବିଦେଶରୁ ଫେରିଥିବା ବେଳେ ଆଉ ୩ ଜଣ ଆକ୍ରାନ୍ତଙ୍କ ସଂପର୍କୀୟ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ୩ ଜଣ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଜଣେ ଫିନଲାଣ୍ଡରୁ ଫେରିଥିବା ଜଣାପପଡିଛି । ସମସ୍ତ ଆକ୍ରାନ୍ତଙ୍କ ଉପରେ କଡା ନଜର ରଖାଯାଇଛି । ଏଥିସହ ମହାରାଷ୍ଟ୍ରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

omicron 2

ପୂର୍ବରୁ କର୍ଣ୍ଣାଟକରୁ ୨ ଜଣ, ମୁମ୍ବାଇ ଓ ଗୁଜରାଟରୁ ଜଣେ ଲେଖାଏ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଭାରତରେ ୨୧ ଜଣ ଓମିକ୍ରନ୍‌ରେ ଚିହ୍ନଟ ହେବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଛି । ଭାରତରେ ଓମିକ୍ରନ ସଂକ୍ରମଣ ରୋକିବାକୁ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କଡ଼ା କରାଯାଇଛି। ୟୁକେ, ୪୪ଟି ୟୁରୋପୀୟ ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଲଂଦେଶ, ବୋତ୍‌ସ୍ୱାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲକୁ ଏଟ୍‌-ରିସ୍କ କ୍ୟାଟାଗୋରୀରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.