Below header

ଜମ୍ମୁ କାଶ୍ମୀର ସୋପିଆନର ଦ୍ରାଗଦ ଜିଲ୍ଲାରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ସୋପିଆନର ଦ୍ରାଗଦ ଜିଲ୍ଲାରେ ଗୁଳିବିନିମୟ। ଯବାନ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନର ଦ୍ରାଗଦ ଜିଲ୍ଲାରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। ସଂପୃକ୍ତ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.